Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bijay Prusty

Abstract

4  

Bijay Prusty

Abstract

ଭଙ୍ଗା ସିଲଟର ଗପ

ଭଙ୍ଗା ସିଲଟର ଗପ

1 min
211



ଯାଚିଦେବ କହି କହି

ମାଗିନେଲ ହୃଦୟକୁ ମୋର

କୁହ କିଆଁ ଅଦିନରେ 

ଆଖିତଳେ ତୋଳିଦେଲ ଘର I

ମାଗି ତ ନଥିଲି ଦିନେ ଧନ ରତ୍ନ

ମଣି ମୁକ୍ତା କିଛି

କାହିଁକି ତାହେଲେ ତୁମେ

ମୋ ହୃଦୟ ନେଲ ବାଛି ବାଛି I

ଲେଡିତ ନଥିଲି କେବେ

ଅନ୍ତରଙ୍ଗ ପରଶ ମୁଁ ଦିନେ

ସାଇତିଥିଲି ମୁଁ ମେର ହୃଦୟରେ

ଛବିଟେ ଗେପନେ I

କିମ୍ପା ସେଇ ଛବିଟାକୁ 

ବିକଳାଙ୍ଗ କଲ

ହୃଦୟକୁ ଭାଙ୍ଗିଦେଲ

ମୋ ଆଖିରେ ଲୁହ ଭରିଦେଲ I

ଏବେ ପାଖେ ପାଖେ ରହି

କୁହ କେତେ କଥା

ବୁଝେନାହିଁ ମନ ମେର

ଛାତିତଳେ ବ୍ୟଥା ଅାଉ ବ୍ୟଥା I

ଜାଣିଛି ମୋ ହୃଦୟର ସ୍ୱର ଏବେ

ତୁମପାଇଁ ଅଲୋଡା କାହାଣୀ

ଛିଡାଇ ଦିଅ ବନ୍ଧନ

ହଜିବାକୁ ଦିଅ ମୋତେ

କେଉଁ ଏକ ଅପହଞ୍ଚ ଇଲାକାରେ

ଶେଷ ହେଉ ଜୀବନ ସରଣୀ I

        


Rate this content
Log in

Similar oriya poem from Abstract