STORYMIRROR

Prasant Nath

Classics

4  

Prasant Nath

Classics

ଆଜିର ଶ୍ରବଣ

ଆଜିର ଶ୍ରବଣ

1 min
333

ଆଜିର ଶ୍ରଵଣ କରେ ହିନୀମାନ

  ପିତା ମାତାଙ୍କୁ ଯେ କେତେ

ଜୀଇଁ ଥାଉ ଥାଉ ଦିଅଇ ଗଞ୍ଜଣା

   ମରିବାଟା ଭଲ ସତେ। 


ବଂଶ ରକ୍ଷା ପାଇଁ କେତେ ଯେ ଭାଳେଣି

  କରୁଥିଲେ ଵାର ଓଷା

ପୁତ୍ର ଜନ୍ମ ହେଇ ବଡ଼ ହେଲା ଯେଵେ

   ହେଉଛନ୍ତି ଲୋକ ହସା। 


ଭାବିଥିଲେ ମନେ ଵୃଦ୍ଧା ଵୟସରେ

   ପୁତ୍ର ଚାହିଁବ ତା ମୁଖ

ବଡ ହେଇଣ ସେ ଆଶା ଭାଙ୍ଗି ଦେଲା

   କେମିତି ପାଇଵୁ ସୁଖ। 


ବାହା ହେଇ ଯେବେ ସ୍ତ୍ରୀ ଟି ଆଣିଲା

  ହେଇଗଲୁ ସାତପର

ପିତା ମାତା ସ୍ନେହ ପିତା ତ ଲାଗିଲା

  ତୁମେ ଏଵେ ଠାରୁ ମର। 


ବଞ୍ଚିବାକୁ ଯେଵେ ଚାହୁଁଅଛ ଦୁହେଁ

   ଵୃଦ୍ଧାଶ୍ରମ ଯାଅ ଚାଲି

ସେହି ଠାରେ ତୁମେ ଖୁସିରେ ରହିବ

   ମୁଇଁ ହେଇଯିବ ଖାଲି। 


ତୁମେ ଥିଲେ ପାଖେ ଲାଗୁ ଅଛି କଷ୍ଟ

   ହେଉ ଅଛ ଖେଏଁ କାସ

ଶୁଆଇ ଦେଉନା ଦିନ ରାତି ମୋତେ

   ତୁମ ପାଇଁ ନାହିଁ ବାସ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics