ବାପା
ବାପା
ସରଗ ଠୁ ବଡ଼ ହୃଦୟ ବିରାଟ
ବାପା ସୃଷ୍ଟିର କରତା
ପାଳନ ଶାସନ ମାନ ସନମାନ
ପରିବାର ମୁଖ୍ୟ କର୍ତ୍ତା l
ଅନ୍ନ ବସ୍ତ୍ର ଦାତା ସେନହ ଶରଧା
ପଥ ପ୍ରଦର୍ଶକ ସେତ
ବୋଝ ସଂସାରରେ ବୁହାନ୍ତି ପିଠିରେ
ଦୁଃଖେ ସୁଦ୍ଧା ଆନନ୍ଦିତ l
ଦୁଃଖ କଷ୍ଟ କାଳେ ପଥର ପଡିଲେ
ଅଭିମନ୍ୟୁ ସିଏ ସିନା
ଉପାସ ଭୋକରେ ଧନ୍ଦି ହୋଇ ସିଏ
କର୍ତ୍ତବ୍ୟରେ ଉପାସନା l
କରନ୍ତି ଆକଟ ବାହାରଟା ଟାଣ
ତୁଳା ଠୁ ନରମ ମନ
ହସି ହସାଇକି ସ୍ନେହ ତ କରିକି
ଶିଶୁର ନିଅନ୍ତି ଯତ୍ନ l
କରି ପରିଶ୍ରମ କେତେ କାମଦାମ
ପିଲା ପାଇଁ ରୋଜଗାର
ଘର ଟି ମନ୍ଦିର ବାପା କର୍ତ୍ତାଧର
ଚିନ୍
ତା ସେବା ପରିବାର l
ଯାନି ଓ ଯାତରା ଆନନ୍ଦରେ ଭରା
ପିଠା ପଣା ହସ ଖୁସି
ବାପାଙ୍କ କୃପାରେ ପର୍ବ ପର୍ବାଣୀରେ
ବନ୍ଧୁ ପ୍ରେମେ ହସା ହସି l
ଘରର ମଙ୍ଗଳ କରନ୍ତି ସକଳ
ନିଃସ୍ୱାର୍ଥ ସେବକ ବାପା
ଘର ମରାମତି ଖଟି ଦିନରାତି
ତ୍ୟାଗର ପୂଜାରୀ ବାପା l
ହାତ ଧରି ପଥ ପାରି କରେ ସେତ
ଜୀବନେ ସାହା ଭରସା
ଦେଇ ପରାମର୍ଶ କର୍ମେ ଆକର୍ଷିତ
ସୁକର୍ମ ପାଇଁକି ଆଶା l
ହୃଦୟ ବିଶାଳ ସଦା କ୍ଷମାଶୀଳ
ବଦ ଗୁଣେ ବଦ ରାଗି
ଉତ୍ତମ କାମନା ସର୍ବଦା ଭାବନା
ସନ୍ତାନ ପ୍ରଗତି ଲାଗି l
ଆମ ପିତା ମାତା ଚଳନ୍ତି ଦେବତା
ଭକ୍ତିରେ କର ପୂଜନ
ଶେଷ ସମୟରେ ତାଙ୍କରି ସେବାରେ
ଉତ୍ସର୍ଗ କର ଜୀବନ ।