STORYMIRROR

Manaswinee Dash

Classics

4  

Manaswinee Dash

Classics

କାଳିଯାଇ

କାଳିଯାଇ

1 min
416

କାଳିଜାଈ ଆଜିବି ସେଇ ଅପୂର୍ବ ସୁନ୍ଦରତା କରିଛି ପରିଧାନ, 

ସରଳ ହେଲାଣି ତାର ଗମନାଗମନ, 

ହେଲେ ନାହିଁ ସେଇ କାତ ମରା ନାଆ, 

ତା ଜାଗା ନେଲାଣି ମୋଟର ବୋଟ ମାନ। 


ହେଲେ କ୍ଷୁର୍ଣ୍ଣ ହେଇନି ତାର ଶୋଭା, 

ବ୍ଯବସ୍ଥା ହେଲାଣି ବହୁତ ଆଧୁନିକ, 

ବଢି ଚାଲିଛନ୍ତି ପର୍ଯ୍ୟଟକ, 

ସଭିଙ୍କ ମନ ହୁଏ ମନଲୋଭା। 


ଶୀତ ହେଲେ ବଢି ଚାଲେ ପକ୍ଷୀ ସମାଗମ, 

ଦେଶ ବିଦେଶରୁ ଆସୁଛନ୍ତି କରି ବିଷମ କରି ପଥ ଅତିକ୍ରମ, 

ତାଙ୍କ ସୁନ୍ଦରତା ର ନାହିଁ କଳନା, 

ହେଲେ କେତେ ପକ୍ଷୀ ଜଣା କେତେ ଅଜଣା। 


ଅପରିଷ୍କାର କରି ଲୋକେ କରୁଛନ୍ତି ତାକୁ କଳୁଷିତ, 

ସମସ୍ତଙ୍କୁ ଆପଣେଇ ନେଇଛି ହୃଦୟ ସହିତ, 

ତା ବକ୍ଷରେ କେତେ ଯେ ଜୀବ ଆଶ୍ରିତ, 

ତଥାପି ତା ସୁନ୍ଦରତା କରେ ବିମୋହିତ। 


କେତେ ଯେ ଆକର୍ଷଣୀୟ ଯୋଜନା କଲେଣି ସରକାର, 

କରିବାକୁ ବିକାଶ ଏ ପର୍ଯ୍ୟଟନ ସ୍ଥଳୀର, 

ବିସ୍ମୟ ଭରା ଏ ସ୍ଥାନ ଓଡିଶାର, 

ଏଇତ ହୃଦୟ ଚିଲିକାର। 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics