Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Mallika singh

Classics

4  

Mallika singh

Classics

ପତି ପତ୍ନୀ

ପତି ପତ୍ନୀ

1 min
327


ବିବାହ ବେଦିରେ ଶୁଭ ଲଗନରେ

ଛନ୍ଦିଣ ହାତରେ ହାତ

ଅଗ୍ନି ସାକ୍ଷୀ ରଖି ସାତ ଘେରା ଦେଈ

ଆରମ୍ଭ ଦାମ୍ପତ୍ୟ ବ୍ରତ ।


ଦୁଇଟି ଶରୀର ଏକ ମନ ପ୍ରାଣ

ଆତ୍ମା ଶରୀର ର ଯୋଗ

ଏକ ବିନା ଏକ ଅଧୁରା ଜୀବନ

ଦେହ ଦହେ କାମ ଭୋଗ ।


ସୃଷ୍ଟି ସର୍ଜନା ର ସୁନ୍ଦର ନିୟମ

ପୁରୁଷ ନାରୀର ପ୍ରିତୀ

ଦୁଇ ଶରୀରର ମଧୁର ମିଳ ନେ

ଗଢା ଏ ସୁନ୍ଦର ସୃଷ୍ଟି।


ପତି ପତ୍ନୀ ଙ୍କ ର ମଧୁର ସମ୍ପର୍କେ

ଘର ଲାଗେ ସ୍ବର୍ଗ ପୁର

ଜଣେ ପଢୁ ଥାଏ  ଜଣକ ହ୍ରୁଦୟ

ଆନ ବୁଝେ ମନ ତାର ।


ପତ୍ନୀ ସୀମନ୍ତରେ ପତିର ସିନ୍ଦୂର

ସଧ ବା ନାରୀର ଚିହ୍ନ

ପ୍ରାତଃ ସ୍ନାନ ସାରି ପତି ସୁହାଗିନି

ସିମନ୍ତ କରେ ମଣ୍ଡନ ।


ପତ୍ନୀ ର ମର୍ଯ୍ୟାଦା ଭୁଲେ ନାହିଁ ପତି

ଅର୍ଦ୍ଧାଙ୍ଗିନୀ ନାମ ଦେଇ

ଅର୍ଦ୍ଧନାରୀଶ୍ୱର  ବୋଲାନ୍ତି ଈଶ୍ୱର

ପାର୍ବତୀଙ୍କ ମାନ ପାଇଁ ।


ସ୍ନେହ ପ୍ରେମ ଶ୍ରଦ୍ଧା ସହନଶୀଳତା

ଅତୁଟ ବିଶ୍ୱାସ ନେଇ

ସେବା ଧର୍ମ ତ୍ୟାଗ ଉତ୍ତମ ବୁଝାରେ

ଏ ସଂପର୍କ ଚୀରସ୍ଥାୟୀ ।


Rate this content
Log in

Similar oriya poem from Classics