STORYMIRROR

Nrusingha Narayan Tripathy

Classics Others

4  

Nrusingha Narayan Tripathy

Classics Others

ଜଗନ୍ନାଥ ତୁମେ ପରଂବ୍ରହ୍ମ

ଜଗନ୍ନାଥ ତୁମେ ପରଂବ୍ରହ୍ମ

1 min
275


ରହସ୍ୟ ଆତ୍ମାର     ସ୍ୱରୂପ ବ୍ରହ୍ମର

     ପ୍ରତିଜୀବେ ବିଦ୍ୟମାନ

ଆଳୟ ଆତ୍ମାର    ପରଂବ୍ରହ୍ମ ଘର

     ପରମ ଆତ୍ମା ମିଳନ ll


ଜଡ଼ରୁ ପିଣ୍ଡର     ଜୀବନ ଆତ୍ମାର

     ପଞ୍ଚଭୂତେ ଏ ଶରୀର

ପଞ୍ଚେନ୍ଦ୍ରୀୟ ଜ୍ଞାନ   ସଂସ୍କାର ପ୍ରବଣ

      ଆଦେଶ ପରମେଶ୍ୱର ll


ସାକାର ରୂପରେ    ପୁରୀର ଧାମରେ

       ଜଗନ୍ନାଥ ଦାରୁବ୍ରହ୍ମ

କର ସଚେତନ     ପୁରୁଷେ ଅଜ୍ଞାନ

      ଜଗା ପରା ପରଂବ୍ରହ୍ମ ll


ଚଉଦ ବ୍ରହ୍ମାଣ୍ଡ      ବ୍ରହ୍ମ ଖଣ୍ଡ ଖଣ୍ଡ

    ପ୍ରତି ଘଟେ ନାରାୟଣ

ପରଂବ୍ରହ୍ମ ନାଥ     ତୁମେ ଜଗନ୍ନାଥ

     ପରମ ପିତା ସମାନ ll


ମାନବୀୟ ଲୀଳା    ରଚ ଚକାଡୋଳା

     ସତ୍ ଚିତ୍ତ ଆନନ୍ଦରେ

ଅଗତିର ଗତି    ଅଜନ୍ମା ଅନାଦି

     ପ୍ରଭୁ ପରମାନନ୍ଦରେ ll


ଆତ୍ମା ରେଣୁ ଜ୍ୟୋତି  ତୁମେ ମହାଜ୍ୟୋତି

      ଶୂନ୍ୟ ବ୍ରହ୍ମ ନାଦ ବ୍ରହ୍ମ

ଦାରୁ ବ୍ରହ୍ମ ରୂପେ    ରୂପ  ଅପରୂପେ

      ତୁମେଯେ ଓଁ କାର ବ୍ରହ୍ମ ll


ସୃଷ୍ଟିର କାରଣ      ତାରଣ ହାରଣ

     ଅଣାକାର ନିରାକାର

ପତିତ ଉଦ୍ଧାର      ସ୍ଥାପନେ ଧର୍ମର

     ଶଙ୍ଖ କ୍ଷେତ୍ରେ ଲୀଳାକର ll


କଳି ଯୁଗେ ତୁମେ   ଜଗନ୍ନାଥ ଧାମେ

      ଦେଖୁଛ ସାରା ଭୁବନ 

ହୋଇ ପରଂବ୍ରହ୍ମ      ବଦଳାଅ ବ୍ରହ୍ମ

      ଧନ୍ୟ ହେ ମଧୁସୂଦନ ll



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics