STORYMIRROR

Chittaranjan Nanda

Classics Inspirational Others

4  

Chittaranjan Nanda

Classics Inspirational Others

ନାରୀ ନାହିଁ ସୃଷ୍ଟି ନାହିଁ

ନାରୀ ନାହିଁ ସୃଷ୍ଟି ନାହିଁ

1 min
303


କନ୍ୟାକୁ କନ୍ୟାରତ୍ନ ବୋଲି କୁହଯାଏ

ଆମ ସମାଜରେ 

ଘରକୁ ସୁନ୍ଦର ଦିଶେ ଘରଣୀ ଥିଲେ 

ତ ଅଛି କଥାରେ ।।


କେତେ କେତେ ଆଖ୍ୟା ଆମେ ଦେଇ 

ଅଛେ ନାରୀକୁ

ବିଭିନ୍ନ ଭାବେ ବର୍ଣ୍ଣିଛେ ନାରୀର 

ଶୋଭା ଓ ରୂପକୁ  ।।


ମା' ରୂପରେ କେତେ ସ୍ନେହରେ ପାଳନ 

କରେ ତାର ସନ୍ତାନକୁ

ଭଉଣୀ ରୂପେ ଭାଇର ମଙ୍ଗଳ ମନାସୀ 

ଅଜାଡେ ସ୍ନେହ ପରଶକୁ ।।


ଦୁହିତା ରୂପରେ ଅନ୍ୟ ଘରକୁ ଯାଇ ଶାଶୁ 

ଶ୍ଵଶୁର ସେବା କରିଥାଏ

ସ୍ତ୍ରୀ ରୁପରେ ସେ ସ୍ଵାମୀର ସୁଖରେ ସୁଖି 

ଦୁଃଖରେ ଦୁଖି ହୋଇଥାଏ ।।


ଆଦିମ ଦିନରୁ ଭାରତୀୟ ନାରୀ ବୋଲାଉ

ଥିଲା ସବୁଠୁ ମହାନ 

କିପରି କାହିଁକି କେଉଁଥି ପାଇଁ ସମୃଦ୍ଧ ଯୁଗରେ

ହଜିଲା ନାରୀର ସମ୍ମାନ ।।


ନାରୀ ତ ନୁହଁ ଅବଳା ଦୁର୍ବଳା ଅବା 

ଗୋଟିଏ କାଠର କଣ୍ଢେଇ

ଭାବନା ଆସେ କେଉଁ ଧୂର୍ତ୍ତ ନର ରାକ୍ଷସ 

ତା ସମ୍ମାନ ନେଇଛି ଛଡାଇ ।।


ସମୟର ଚକ୍ରରେ ଭୋଗର ସାମଗ୍ରୀ ଭାବନ୍ତି 

କାପୁରୁଷ ନାରୀ ଶରୀରକୁ 

ନାରୀମାନେ ଆଜି ସୁରକ୍ଷିତ ମନେ କରୁ

ନାହାନ୍ତି ଏକାକୀ ବାହାରିବାକୁ ।।


ନାରୀ ଗର୍ଭରେ ଧାରଣ କରେ ସନ୍ତାନଟିଏ 

ଧରି ଦଶମାସ ଦଶ ଦିନ

ଦୁଃଖ, କଷ୍ଟ ସହ୍ୟ କରି କନ୍ୟା ଜନ୍ମ ଦେଲେ 

ନିର୍ଯ୍ୟାତନାର ହୁଏ ସମ୍ମୁଖୀନ ।।


କି ସମାଜ ଦେଖିଲେ, ନାରୀ ଚରିତ୍ର ଆଜି 

ଅଭିଶାପ ପାଳଟି ଯାଇଛି 

କନ୍ୟା ରତ୍ନଟିଏ ଜନମ ଦେବାକୁ ଆଜି 

ମାତୃତ୍ୱ ଡରି କ୍ରନ୍ଦନ କରୁଛି ।।


ଅନ୍ଧତ୍ୱରେ ଏହି ନାରୀ ହିଁ ହୋଇଛି ପ୍ରଥମ 

ଶତ୍ରୁ ନାରୀରତ୍ନଟିର 

ନାରୀ ନାହିଁତ ସୃଷ୍ଟି ନାହିଁ, ଏହିକଥା ସମୟ 

ଆସିଛି ମନେ ପକାଇବାର ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics