STORYMIRROR

Surjyakanta Dash

Romance

3  

Surjyakanta Dash

Romance

ପ୍ରେମର ପରିଭାଷା

ପ୍ରେମର ପରିଭାଷା

1 min
285


ବୁଝିବା ଆଗରୁ ଭିଜିବା ଶିଖିଛି

ତୁମ ଆଦ୍ର ଆଲିଙ୍ଗନେ,

ଭିଜି ଭିଜି ଏବେ ଶିଖିଯାଇଛି ମୁଁ

ପ୍ରେମର ପରିଭାଷା ମାନେ ।।

ସୁପ୍ତ ନୟନେ ଜାବୋଡ଼ି ଧରିଛି

ତିକ୍ତତାର ଭାବା ବନେ,

ନଥିବା ଆବେଗେ ସିକ୍ତ ଜାଗରଣ

ସୃଷ୍ଟି କରିଛ ମନେ ।।

ଭଙ୍ଗା ହୃଦୟେ ସଙ୍ଗୀତ ସଜାଇ

ଭାବ ରାଇଜରେ ଭାସାଇଲ,

ଛାତିରେ ବିଶ୍ୱାସ ଘର କଲାଭଳି

କୋହରେ ସନ୍ଧି କରିଦେଲ ।।

ଆଖିରେ ଆଖିରେ ଅକ୍ଷାଂଶ ଯୋଡିଲ

ସପନ ଦେଖାଇ କେତେ,

ତୋଳି ଧରିଥିଲ ପ୍ରେମ ଅନୁରାଗ

କେତେ ତନ୍ଦ୍ରା ରାତି ବିତେ ।।

କ୍ଲାନ୍ତ ରଜନୀରେ ଖୋଜେ ମୁଁ ତୁମକୁ

ପାଇବାକୁ ତୁମ ସ୍ବର୍ଗ ସ୍ପର୍ଶ ,

କୃଷ୍ଣା କବାରୀରେ ତୁମ ମଲ୍ଲିର ମହକ

ପାହାନ୍ତି ପ୍ରହର ଡାକ ।।

ବାହାନା ଟିକିଏ ମିଳିଗଲା ବୋଲି

ହୃଦୟରେ ମୋର ଘର କଲ,

ଆପଣା କ୍ଷତକୁ ଲୁଚାଇ ମନରେ

ସବୁ ସୁଖ ମୋତେ ଅଜାଡିଲ ।।

ପ୍ରେମ ପରିଭାଷା ମାନକୁ ବୁଝାଇ

ମୋ ସାଥେ ଘର କହିଲ,

ସୁଖଦୁଃଖକୁ ହୃଦୟେ ଜଡାଇ

ମୋ ହାତ ଧରି ଚାଲିଲ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance