STORYMIRROR

Surjyakanta Dash

Abstract

4  

Surjyakanta Dash

Abstract

ପ୍ରଥମା

ପ୍ରଥମା

1 min
342


ତୁ ମୁଁ ସିନା ପ୍ରଥମ ହୋଇଛେ

ଆଜିର ଏ ପ୍ରଥମାଷ୍ଟମୀ ରେ,

ହେଲେ ଆଜି ପୁଣି କେତେ ପ୍ରଥମ

ବୁଲୁଛନ୍ତି ଫୁଙ୍ଗୁଳା ଦେହରେ ।


ଆଉ କିଏ ଥିରି ଥିରି କହେ,

ଆସ ବିଞ୍ଚି ଦେବି ଚିରା ପଣତରେ,

ତଥାପି ଏ ପଣତ ଟା ବି କମ୍ ପଡେ

ଭିଜି ବାକୁ କେତେ ଟୋପା ଉତପ୍ତ ଲୁହରେ ।।


ଝାଉଁ ଗଛ ଫାଙ୍କ ରୁ ଦେଖା ଯାଏ

କେତେ କେତେ ଶୁଖିଲା ମୁଁହ 

ସେ ମୁଁହ ରେ ଦାନା ଟିକେ ନାହିଁ

ଆମେ ଭିଜୁଛେ ପିଠା ପଣା ରେ ।।


ଅସୁମାରି ସ୍ବପ୍ନ ଏଠି କାହାର ଫାଙ୍କା

କିଏ ବିନା ସ୍ୱପ୍ନେ ଭିଜେ ଦୁଧ ଭାତରେ

ପାଣି ଟୋପେ ପାଉନାହିଁ ମା ଟିଏ ଏଠି

ଦୁଧ ଝରିବ କାହୁଁ ତା ଦୁଇ ଥନରେ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract