STORYMIRROR

Surjyakanta Dash

Classics Inspirational

3  

Surjyakanta Dash

Classics Inspirational

ପ୍ରାର୍ଥନା

ପ୍ରାର୍ଥନା

1 min
278


ଆହେ ଚକା ନୟନ

ଏତିକି ପ୍ରାର୍ଥନା ଶ୍ରିପୟରେ ତୁମ

ମୋର ଦୁଃଖ କର ହରଣ,

ତୁମେ ଅଗତି ର ଗତି

ଦୁଃଖ ନାଶନ ହେ ପ୍ରଭୁ

ଭଜୁ ଥିବି ସବୁବେଳେ ତୁମ ସଙ୍କୀର୍ତ୍ତନ,

ଲୋଡା ନାହିଁ ସୁଖ ମୋର

ଦିଅ ନାହିଁ ସଂସାରର ଦୁଃଖ

କାମନା ବାସନା ରେ ନାହିଁ ମନ।

ଆହେ ଚକା ନୟନ 

ବାଜି ଉଠୁ ହୃଦ କନ୍ଦରରେ ମୋର

ତୁମ ବଂଶୀର ସ୍ୱନ

ପ୍ରେମେ ତୋର ଯାଉ ଏ ଜୀବନ,

ଯେତେ ଝଡ଼ ଝଞ୍ଜା ଆସୁ ପଛେ

ତୁମ ଚୈତନ୍ୟ ରେ ହେଉଥିବି ବିମୋହିତ

ଭଜୁ ଥିବି ରାଧା କୃଷ୍ଣ ନାମ ।


ଆହେ ଚକା ନୟନ

ଏତିକି ଆଶିଷ ମୋତେ

ଦିଅ ମହାପ୍ରଭୁ

ତୁମ ଦର୍ଶନରେ ମାତ୍ର

ଏ ଜୀବ ଜୀବନ ଯାଉ

ଏ ମଣିଷ ଜନ୍ମରୁ ଉଦ୍ଧାର ହେଉ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics