STORYMIRROR

Surjyakanta Dash

Romance

4  

Surjyakanta Dash

Romance

ଶୀତ ସକାଳ

ଶୀତ ସକାଳ

1 min
224


ଶୀତ ସକାଳର ଶୀତଳ ଛୁଁଅରେ

ପୁଲକିତ ହୁଏ ପ୍ରାଣ,

ବିରହ ମନକୁ ବିରହି ନିଆଁଟା

ଛୁଇଁ ଛୁଇଁ ଯାଏ ଜାଣ ।୧l


ଉଦାସି ମନବି ଆନମନା ହୁଏ

ଗହନ ସ୍ମୃତିରେ ଭାସି,

ପୁରୁଣା ସ୍ମୃତି ବି ଚେଇଁ ଚେଇଁ ଉଠେ

ମନେ ମନେ ହସି ହସି ।୨।


ସକାଳର ଖରା ଭାରି ଭଲ ଲାଗେ

ପାଖେ ବସିଥିଲେ ପ୍ରିୟା ବାଲା,

ସ୍ୱର୍ଣ୍ଣଭ ବେଳାର କଁ ଅଳ ଆସର

ସୁନେଲି ମୁହୂର୍ତ୍ତ ମାଳା ।୩।


ସୂର୍ଯ୍ୟ ନଇଁଗଲେ ସଂଜର ସ୍ପର୍ଶରେ

ଉଠି ଆସେ ରୂପା ଜହ୍ନ,

ଶିଶିର ଟୋପାରେ ଜହ୍ନ ଯୋଛନାରେ

ଭିଜୁଥାଏ ଦୁଇ ମନ ।୪।


ରାତି ବଢୁଥଏ ତାତି ବଢ଼ୁଥାଏ

ଖଇ ଫୁଟେ ଦୁଇ ଦେହରେ,

ଶୀତ ଅଭିସାରେ ବଢ଼ୁଥାଏ ରାତି

ଗଜଦନ୍ତ ପଲଙ୍କରେ ।୫।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance