STORYMIRROR

Surjyakanta Dash

Romance

3  

Surjyakanta Dash

Romance

ତାରା ଫୁଲ

ତାରା ଫୁଲ

1 min
295


ଆକାଶର କୋଟି କୋଟି ତାରା ପରି

ଫୁଲ ତୁମେ ମୋ ମନ ବଗିଚାରେ,

ନିଜ ଭିତରେ ଝିଲ ମିଲ୍ ହୋଇଉଠେ

ଜୀବନ ଓ ମୃତ୍ୟୁର ତୁମ ନାମରେ ।।


ସ୍ମୃତି ସବୁ ନଇଁ ନଇଁ ଆସେ ଜୀବନରେ

ଏହି ଜହ୍ନ ରାତିର ତାରା ଗହଣରେ,

ମୁଁ ହେବି ବର ତୋ ତୁ ହେବୁ କନିଆ

ଭଲ ପାଇବାର ପ୍ରେମ ସବୁ ରହିବ ହୃଦୟରେ ।।

ବିବାହର ତାଳେ ତାଳେ ତୁମେ ମୋତେ

ଚାହୁଁଥିବ ହସି କଣେଇ କଣେଇ,

ଯେତେବେଳେ ବନ୍ଧୂପରିଜନ ରହିଥିବେ ଚାହିଁ

ଗଭାରେ ତୋ ଖୋସିଦେବି ତାରା ଫୁଲ ଆଣି ।।

ଜହ୍ନ ବି ହସିବ ଢାଳିବ ଜ୍ୟୋଛନା ଆମ ଉପରେ

ଜାଗା ଟିଏ ଦେଇଦେବ ଘରଟିଏ ପାଇଁ,

ସ୍ବପ୍ନ ଲୋକରୁ ଭୁ ଲୋକ ପର୍ଯ୍ୟନ୍ତ ସମସ୍ତେ

ଆମ ପ୍ରେମକୁ ଓ ଆମକୁ ରହିଥିବେ ଚାହିଁ ।।

ସମୁଦ୍ରଠୁ ଗଭିର ଆମ ପ୍ରେମ ପର୍ବତଠୁ ବିଶାଳ

ପିରତି ର ମାୟା ଜାଲେ ଛନ୍ଦିହୋଇ ବାଣ୍ଟୁଥିବା ମିଠା ଜହର,

ଲକ୍ଷେ କୋଟି ତାରା ଗହଣରେ ତୁମେ ମୋର ଏକା ଉର୍ବଶୀ

ଭୁଲିବାନି ଆମେ କେହି କାହାକୁ ଜନ୍ମ ଜନ୍ମାନ୍ତର ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance