Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Nrusingha Narayan Tripathy

Classics Inspirational Others

4  

Nrusingha Narayan Tripathy

Classics Inspirational Others

ଆଦର୍ଶ ଜୀବନ

ଆଦର୍ଶ ଜୀବନ

1 min
413


ପ୍ରଭୁ ରାମଚନ୍ଦ୍ର ଜୀବନ ଆଦର୍ଶ

ଶ୍ରେଷ୍ଠ ପୁରୁଷ ଉତ୍ତମ

ପିତୃ ମାତୃ ଭକ୍ତି ଭାତୃତ୍ୱର ପ୍ରୀତି

ପ୍ରଜା ପ୍ରେମେ ଦେଶ କାମ l


ଭାରତ ଦେଶର ଭରତ ବଂଶର

ସାଧୁତା ମାନବିକତା

ଆଦର୍ଶରେ ଭରା ବଂଶ ପରମ୍ପରା

ଜୀବନ ଜୀବିକା ଗାଥା l


ସତ୍ୟ,ତ୍ୟାଗ, ଦାନ ସେବା କା6ର୍ଯ୍ୟ ମନ

ନିର୍ମଳ ଚରିତ୍ର ଯାର

ନିଃସ୍ୱାର୍ଥ ଜୀବନ ସଂସାରେ ମହାନ

ଆଦର୍ଶ ସେ ସମାଜର l


ଗାନ୍ଧୀ ଗୋପବନ୍ଧୁ ଜନତାର ବନ୍ଧୁ

ସେବା ଧର୍ମ ପୁଣ୍ୟ ବଳେ

ଆଜି ଜନାଦୃତ ତାଙ୍କରି କୃତିତ୍ୱ

ଶୁଣି ଶିଖୁ ଅବହେଳେ l


ଏଇତ ଜୀବନ ମାତ୍ର ଦୁଇଦିନ

ଅଂହକାର ବଡ଼ ପଣ

କରି ପରିତ୍ୟାଗ ସ୍ୱାର୍ଥ କାମ ତ୍ୟାଗ

ଜୀବନର ବଡ଼ ଗୁଣ l


ନୀରବତା ମନ୍ତ୍ର ସରଳତା ଯନ୍ତ୍ର

ସହନଶୀଳତା ଅସ୍ତ୍ର

ଘୃଣା ପରିହର ବିରକ୍ତିରୁ ଦୂର

ଆଦର୍ଶ ଜୀବନ ଶସ୍ତ୍ର l


ପରନିନ୍ଦା ଚର୍ଚ୍ଚା ଆଲୋଚ୍ୟରେ ମଜା

ନଥାଏ ଯାର ନଜର

ପ୍ରଶଂସାରେ ମନ ଯାର ଖୁସି ପ୍ରାଣ

ସମାଜେ ସେ ଆଦର୍ଶର l


କର୍ମରେ ବିଶ୍ୱାସ ସତ୍ୟ ଯାର ଶ୍ୱାସ

ଆଧ୍ୟାତ୍ମିକ ଯେଉଁ ଜନ

ପରୋପକାରରେ ନ୍ୟାୟ ଓ ଧର୍ମରେ

ଆଦର୍ଶ ତାର ଜୀବନ l


ସତ ଚିନ୍ତା, କର୍ମ,  ବିଶ୍ୱାସ, ଉଦ୍ୟମ

ଜୀବିକା, ବାକ୍ୟ, ଆଚାର

ସଂକଳ୍ପ, ସତ୍ୟର ଅଷ୍ଟାଙ୍ଗ ମାର୍ଗର

ବୁଦ୍ଧ ବାଣୀ ଆଦର୍ଶର l


କରିଲେ ସ୍ୱୀକାର ହେବ ଆଦର୍ଶର

ଯଶ କୀର୍ତ୍ତି ଅମରର

ଆଦର୍ଶ ଜୀବନ ମିଳେ ସନମାନ

ଅଭିବ୍ୟକ୍ତି ନୃସିଂହର l


Rate this content
Log in

Similar oriya poem from Classics