STORYMIRROR

Kabiratna Nutan Kumar Behera

Classics Inspirational

4  

Kabiratna Nutan Kumar Behera

Classics Inspirational

ଆଦର୍ଶ ଜୀବନ

ଆଦର୍ଶ ଜୀବନ

1 min
301

ଗଢି଼ବାକୁ ଏକ ଆଦର୍ଶ ଜୀବନ

    ହେବାକୁ ପଡେ କର୍ତ୍ତବ୍ୟ ପରାୟଣ,

ନିଜ ଦାୟିତ୍ଵ ସବୁ କରି ପାଳନ

      ରହିବାକୁ ହୁଏ ସଦା ନିଷ୍ଠାବାନ।


ହୁଏ ଯିଏ ଠକ ଅଳସୁଆ ଖଳ

       ମାନସିକ ଶକ୍ତି ହୁଅଇ ଦୁର୍ବଳ,

ରହେ ନାହିଁ ତାର ସୁସ୍ଥ ମନୋବଳ

     ମନ୍ଦ ବୁଦ୍ଧି ଆସି କରାଏ ବ୍ୟାକୁଳ।


ଭୁଲି ଯାଇ ଶାନ୍ତି ଶୃଙ୍ଖଳାର ଜ୍ଞାନ

   ମିଛ ମାୟାରେ ସେ କରେ ପ୍ରହସନ,

କାମନାରେ ମନ ହୁଏ ଉଚ୍ଚାଟନ

     ଆଖିରେ ଦେଖଇ ଅଜବ ସପନ।


ଜୀବନ ହୁଅଇ କୁଟିଳ ଜଟିଳ

   ଲୋଭ ମୋହ ତାକୁ କରଇ ବାଚାଳ,

କରି ଇର୍ଷା ହିଂସା କଳି ଗଣ୍ଡଗୋଳ

    ଭୋଗ କରି ଥାଏ ତାର କର୍ମଫଳ।


ମାନବ ହୃଦୟେ ଥାଇ ଦିବ୍ୟଜ୍ଞାନ

    ପଥ ହୁଡି ସେ ହୁଏ ବିବେକଶୂନ୍ୟ,

ନୀତି ନିୟମେ ନ ହୋଇ ସଚେତନ

   ଅହଂକାରେ ସବୁକୁ କରେ ଅମାନ୍ୟ।


ବିଚାରର ଧାରା ଆତ୍ମ ସଂଯମତା 

    ଶାନ୍ତ ଶିଷ୍ଟ କରେ ଆଣି ଏକାଗ୍ରତା,

ବିନୟ ବଚନ ଉଦାର ନମ୍ରତା

    ମନେ ପ୍ରାଣେ ଭରି ଦିଏ ସରଳତା।


ପବିତ୍ର ଚରିତ୍ର ଧାରଣେ ଉତ୍ତମ

   ହୋଇ କରେ ସେ କଠିନ ପରିଶ୍ରମ,

ଅର୍ଜେ ଯଶ ଖ୍ୟାତି ଗୌରବ ସୁନାମ

    ଯା' ଲାଗି ଧନ୍ୟହୁଏ ଏ ଧରାଧାମ।


ମଣିଷ ଜୀବନ ପାଣିର ଫୋଟକା

   ଆସେ ଏକା ଚାଲି ଯାଏ ପୁଣି ଏକା,

ଧୋକା ଦିଏ ଯିଏ ଖାଇ ଥାଏ ଧୋକା

    ମିଳେ ନାହିଁ ତାକୁ ପ୍ରକୃତ ମଉକା।


ଆଦର୍ଶ ଜୀବନ ଦିଏ ଶାନ୍ତି ତୃପ୍ତି

     ଶାଶ୍ବତ ସାତ୍ତ୍ଵିକ ସୁଖ ହୁଏ ପ୍ରାପ୍ତି,

ମଧୁର ମହକ ଯାଏ ତାର ବ୍ୟାପି

    ଘଟେନା କେବେ ତାର ପରିସମାପ୍ତି।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics