STORYMIRROR

Sunanda Mohanty

Abstract Classics Inspirational

3  

Sunanda Mohanty

Abstract Classics Inspirational

ତୁମେ

ତୁମେ

1 min
150

ଯାହା ମୁଁ ଭାବୁଛି ତାହା ମୁଁ କରୁଛି

ଏସବୁରେ ତୁମେ ହର୍ତ୍ତା କର୍ତ୍ତା

ତୁମ ବିନା ପତ୍ର ହଲେନା ଗଛରୁ

ତୁମେ ସମ୍ଭାବନା ଭାଗ୍ୟ ବିଧାତା

ତୁମେ ତ ଦେଉଛ ଫୁଲରେ ସୁରଭି

ବନ୍ଦାପନା କରେ ଦଇବ ବିଧାତା

ତୁମରି ସୃଷ୍ଟିରେ ତୁଳସୀ ଓ ବେଲ

ତୁମେ ପରା ଆହେ ସୃଷ୍ଟିକର୍ତ୍ତା

ତୁମେ ରହିଅଛ ହସ ହୋଇ ଓଠେ

ତୁମରି ଚରଣେ ସମର୍ପିତା

ତୁମେ ରହିଅଛ ଆଖି କଣେ ଗଙ୍ଗା ହୋଇ

ଲୁହ ଧୋଇଦିଏ ସକଳ ବ୍ୟଥା

ତୁମରି ଆଖିରେ ଆଖି ମିଶିଲେ ଥରେ

ଲାଗେ ଅଛନ୍ତି ଜଗତ ପିତା

ତୁମରି ଭାବ ଏ ହୃଦୟ ଝୁରିଲେ

ଲାଗେ ସକଳର ରକ୍ଷାକର୍ତ୍ତା

ତୁମେ ତ ଦେଉଛ ସବୁ ପ୍ରାଣୀ ହୃଦେ

ସ୍ନେହ ବନ୍ଧନ ମାୟା ପ୍ରୀତି ମମତା

ତୁମେରି ପରଶ ଫୁଲରେ ଫଳରେ

ଆସେ କେତେ ପ୍ରାଣେ ଚମତ୍କାରିତା

ତୁମେ ବି ଭରିଛ ଜ୍ଞାନ ବୁଦ୍ଧି ବଳ

ମଣିଷପଣିଆ ମାନବିକତା

ତୁମେ ପୋଷାକ ତୁମେ ହିଁ ପୋଷକ

ତୁମ ଉପବନ ବାସେ ମହମହ ସ୍ନିଗ୍ଧତା ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract