STORYMIRROR

SAHADEV PARIDA

Classics

3  

SAHADEV PARIDA

Classics

କିଏ ଵା କାହାର??

କିଏ ଵା କାହାର??

1 min
116

ଜୀବ ଥିବାଯାଏ ସଭିଏ ଵୋଲନ୍ତି ମୋର ମୋର

ପ୍ରାଣ ଵାୟୁ ଉଡ଼ି ଗଲେ କେହି ନୁହନ୍ତି କାହାର

ଏତ ମାୟାର ଖେଳ ଘରମନେ ଥରେ ଚିନ୍ତାକର

ଅପ୍ରିୟ ଲାଗଇ ସଦା ଯାହା ସତ୍ୟ ଚିରକାଳର ।।


ଧନଜନ ପ୍ରତିପତି ଅଟେ କ୍ଷଣ ଭଙ୍ଗୁର

ପୁତ୍ର କଳତ୍ର ଅଟନ୍ତି ସୁଖର ସଙ୍ଗତି

ଜୀବ ଥିବା ଯାଏ ସରବେ ଆତ୍ମୀୟ ସ୍ୱଜନ

ପ୍ରାଣ ବାୟୁ ଉଡ଼ି ଗଲେ ନିଅନ୍ତି ଶ୍ମଶାନ ।।


ସୁକର୍ମ କରିଥିଲେ ସାଧୁଜନ ଵୋଲନ୍ତି

କୁକର୍ମ କରିଥିଲେ ଭୂତ ପ୍ରେତ କୁହନ୍ତି

ଧନଜନ ଗୋପଲକ୍ଷ୍ମୀ ନ ଯାଆନ୍ତି ସଙ୍ଗର

ଏକା ଆସି ଏକା ଯିବା କେହି ନୁହେଁ କାହାର।।


ରାମ ନାମ ଏକା ସାର ଏଭବ ସାଗର

ସତସଙ୍ଗ ବୁଜୁଳାଟି ଦେଇଥାଏ ସଙ୍ଗ

ଏଥକୁ ବିଚାର କର ଯୋଡୁ ଅଛି କର

ନିତ୍ୟ ସତ୍ୟ ହରିନାମ ଭଜନ ହେ କର ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics