STORYMIRROR

SAHADEV PARIDA

Classics Inspirational

2  

SAHADEV PARIDA

Classics Inspirational

ପ୍ରଭୁ ତୁମ କୁ ଅଭିନନ୍ଦନ

ପ୍ରଭୁ ତୁମ କୁ ଅଭିନନ୍ଦନ

1 min
97


ପ୍ରତି ପ୍ରତ୍ୟୁଷରୁ ଜଣାଏ ତୁମକୁ

ମୋ ଅଗଣାକୁ ଅଭିନନ୍ଦନ

ତୁମେ ଜଗଦ୍ଦିଶ ମୋ ଜୀବନ ଇଶ

କରି ତୁମ୍ଭଙ୍କୁ ପ୍ରାଣବନ୍ଧୁ ନମନ।।

ସକାଳୁ ସକାଳୁ ନାନା ରଙ୍ଗ ଫୁଲ

ତୋଳିଵାରେ ମନ ମଗନ

ଫୁଲ ହାର ଗୁନ୍ଥେ ତୁମ ଭାବନାରେ

ତୁମେ ମୋ ଜଗମୋହନ।।

ତୁମ ରୂପ ଧାୟୀ ଭଜନ କୀର୍ତ୍ତନ

କରେ ନୈବେଦ୍ୟ ଅର୍ପଣ

ତୁମରି ନାମରେ ତୁଳସୀ ଚନ୍ଦନ

କରିଦିଏ ନିତି ସମର୍ପଣ।।

ତୁମରି ଭାବରେ ଵିଭୋରିତ ହୋଇ

କଟାଇ ଦିଏ ପଭୁ ମୁଁ ଦୀନ

ତଵ ପାଦପଦ୍ମେ ମୋ ପ୍ରାଣ ଅର୍ପିଛି

ତୁମେ ମୋର ଧ୍ୟାନ ଜ୍ଞାନ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics