STORYMIRROR

SAHADEV PARIDA

Others

3  

SAHADEV PARIDA

Others

ସ୍ମୃତି

ସ୍ମୃତି

1 min
158

ଦିନ ଯାଏ ବହି ଆଗୋ ପ୍ରିୟ ସହୀ

ତୁମେ ରହିଗଲ ମୋ ସ୍ମୃତି ପଟେ

କିପରି ଭୁଲିବି ମୋ ପ୍ରାଣ ପ୍ରିୟାକୁ

ମୋ ଜୀବନ ପୃଷ୍ଠାର ଲିପିଟେ।

ଯେଉଁ ଦିନୁ ତୁମ କର ମୁଁ ଧରିଲି

ତଵ ସାଥେ ସାଥୀ ହୋଇ ସଂସାର ଗଢିଲି

ସୁଖର ଦୁଃଖର ସାହାରା ହୋଇଲ

ଦୁଃଖର ନୀରକୁ ଅଧେ ବାଣ୍ଟି ନେଲ ।

ଗୋଟିଏ ନାବରେ ଆମେ ଯେ ବାଉରୀ

ହସି ଖେଳି ଚଳାଇଲେ ଏ ଜୀବନ ତରୀ

ଆମ ଚଲାପଥେ ହୋଇ ଛନ୍ଦାଛନ୍ଦି

ଅତିକ୍ରାନ୍ତ କଲେ ଜୀବିକାର ସନ୍ଧି ।

ହେଲେ ମୁଁ ନିସତ ତୁମେ ଦିଅ ଶକ୍ତି

ମନେ ଭରିଦିଅ ପ୍ରେମ ଓ ପିରତି

କିପରି ଭୁଲିବି ତୁମ ଦିଆ ସାଥୀ

ତେଣୁ ତୁମେ ଅଛ ମୋହର ସ୍ମୃତି।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍