ଅଭୁଲା ସ୍ମୃତି
ଅଭୁଲା ସ୍ମୃତି
କେମିତି କହିବି ସେ ବିଗତ ଦିନର କଥା
ତୁମେ ଜାଣିଛ ସେଦିନ ଥିଲା ରାଧା ପାଦ ଦର୍ଶନ
ଆମେ ସସ୍ତ୍ରୀକ ଯାଇଥିଲୁ ତୋ ନିକଟକୁ
ଭକତ ଗହଳିରେ ତୋ ବେଢ଼ା ଗର୍ଭ ମନ୍ଦିର
ଜୟ କାଳିଆ ସାଆନ୍ତ ବଳିଆର ଭୁଜ
ଦୁଃଖ ହାରି ଦୀନବନ୍ଧୁ ଆହୁରି କେତେ କ'ଣ
ଶବ୍ଦରେ ତୋତେ ଗୁହାରି ପ୍ରଶଂସା କରୁଥିଲେ
ମୁଁ କିନ୍ତୁ ସେ ଦିନ ତୋର ସେ ପାଦ ସହ
ତୋର ସମ୍ପୂର୍ଣ୍ଣ ଅଵୟକୁ ସ୍ପର୍ଶ କରିଥିଲି
ତୋ ଚକାଡୋଳାରେ ମୋ ଡୋରକୁ
ମିଶାଇ ଜଣାଇଲି ତୁ ମୋତେ ତୋର କରିନେ
ତୋ କପାଳରୁ ଧରି ପଡ଼ିଲା ତୁଳସୀ ଦୂଵକେରା
କୁଣ୍ଡେଇ ଆନନ୍ଦରେ ନାଚି ଯାଇ ଥିଲେ ପଣ୍ଡା ଜଣକ
ହରିଵୋଲ ହୁଳହୁଳି ଶବ୍ଦରେ ଉଛରିତ ହେଲା
ତୋର ସେ ବଡ ଦେଉଳ ମୁଁ ଧରିଥିଲି ରାଧା ପାଦ
କେତେ ଯେ ସମୟ ଵିତିଯାଇଥିଲା ତୋତେ ଜଣା
ତୋର ମୋର ଭାବ ତୋର ମହିମା କିଏ କହିବ
ତୋତେ ସବୁକିଛି ଜଣା ତୁ ଚିନ୍ତାମଣି ହୃଦୟ କେଦାର
ଆଜିବି ଆଖି ବୁଜିଲେ ମୁଁ ଅଛି ତୋ ପାଖରେ
ସେ ଅଭୁଲା ସ୍ମୃତି କାରଣ ତୁ ଅଭୁଲା ଠାକୁର ।
