STORYMIRROR

SAHADEV PARIDA

Others

3  

SAHADEV PARIDA

Others

ଅଭୁଲା ସ୍ମୃତି

ଅଭୁଲା ସ୍ମୃତି

1 min
161

କେମିତି କହିବି ସେ ବିଗତ ଦିନର କଥା

ତୁମେ ଜାଣିଛ ସେଦିନ ଥିଲା ରାଧା ପାଦ ଦର୍ଶନ

ଆମେ ସସ୍ତ୍ରୀକ ଯାଇଥିଲୁ ତୋ ନିକଟକୁ

ଭକତ ଗହଳିରେ ତୋ ବେଢ଼ା ଗର୍ଭ ମନ୍ଦିର

ଜୟ କାଳିଆ ସାଆନ୍ତ ବଳିଆର ଭୁଜ

ଦୁଃଖ ହାରି ଦୀନବନ୍ଧୁ ଆହୁରି କେତେ କ'ଣ

ଶବ୍ଦରେ ତୋତେ ଗୁହାରି ପ୍ରଶଂସା କରୁଥିଲେ

ମୁଁ କିନ୍ତୁ ସେ ଦିନ ତୋର ସେ ପାଦ ସହ

ତୋର ସମ୍ପୂର୍ଣ୍ଣ ଅଵୟକୁ ସ୍ପର୍ଶ କରିଥିଲି

ତୋ ଚକାଡୋଳାରେ ମୋ ଡୋରକୁ

ମିଶାଇ ଜଣାଇଲି ତୁ ମୋତେ ତୋର କରିନେ

ତୋ କପାଳରୁ ଧରି ପଡ଼ିଲା ତୁଳସୀ ଦୂଵକେରା

କୁଣ୍ଡେଇ ଆନନ୍ଦରେ ନାଚି ଯାଇ ଥିଲେ ପଣ୍ଡା ଜଣକ

ହରିଵୋଲ ହୁଳହୁଳି ଶବ୍ଦରେ ଉଛରିତ ହେଲା

ତୋର ସେ ବଡ ଦେଉଳ ମୁଁ ଧରିଥିଲି ରାଧା ପାଦ

କେତେ ଯେ ସମୟ ଵିତିଯାଇଥିଲା ତୋତେ ଜଣା

ତୋର ମୋର ଭାବ ତୋର ମହିମା କିଏ କହିବ

ତୋତେ ସବୁକିଛି ଜଣା ତୁ ଚିନ୍ତାମଣି ହୃଦୟ କେଦାର

ଆଜିବି ଆଖି ବୁଜିଲେ ମୁଁ ଅଛି ତୋ ପାଖରେ

ସେ ଅଭୁଲା ସ୍ମୃତି କାରଣ ତୁ ଅଭୁଲା ଠାକୁର ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍