ନୂଆଖାଇ
ନୂଆଖାଇ
1 min
70
ନୂଆଖାଇ ଆସେ ଖିଲି ଖିଲି ହସେ
ଆନନ୍ଦ ଉଲ୍ଲାସରେ ସବୁ ମନ ରସେ
ଏ ତ ପଶ୍ଚିମ ଓଡ଼ିଶାର କୃଷକ ପର୍ଵ
ଗାଁ ଗାଁ କେ ପରଵ ଘରକୁ ଘର ବାସେ ।
ଘର ଦୁଆର କରି ଲିପାପୋଛା
ସଜତନେ ସଜାଇ ଲକ୍ଷ୍ମୀ ମାଆଙ୍କୁ ବସାଇ
ନୂତନ ହାଣ୍ଡିରେ ରନ୍ଧା ଅନ୍ନପ୍ରସାଦ
ନିୟୋଜିତ କରନ୍ତି ଭକ୍ତିର ସହିତ।
ବୁଢ଼ା ଠାରୁ ଛୁଆ ପିନ୍ଧି ନୂଆଲୁଗା
ଏକତ୍ରିତ ହୋଇ କରନ୍ତି ମାଁ ଙ୍କୁ ପୂଜା
ଢ଼ୋଲ୍ ମହୁରୀ ମାଜଣା ବାଦି
ଗାଁ ଦାଣ୍ଡ ନାଚେ ଦୁଲୁକି ଉଠଇ ।।
ଏ ତ ଭାଇ ଚାରାର ପରଵ
ଏକତ୍ରିତ ହୋଇ ପାଳନ କରନ୍ତି
ଧନୀ ଗରିବ ଭେଦ ଭାଵ ନାହିଁ
ସଭିଏଁ ସୁଖ ସ୍ଵାଛନ୍ଦେ ରହିଵା ପାଇଁ।।
