STORYMIRROR

SAHADEV PARIDA

Others

3  

SAHADEV PARIDA

Others

ଶରତ

ଶରତ

1 min
196

ଶରତ ଆସିଛି ନବ ରଙ୍ଗ ସାଜି

ନିର୍ମଳ ଆକାଶେ ଦିଶଇ ତୋରା

ନଦୀ ପଠା ଵିଲ ହିଡରେ ଶୋଭିତ

କାଶତଣ୍ଡି ଚଅର ଧଵଳ ଆହା।


ନାନା ଜାତି ଫୁଲେ ଧରଣୀ ଶୋଭିତ

ସମୀର ଵହଇ ଅତି ସଧିରେ

ଫୁଲର ମହକେ ଚାରି ଦିଗ ଚହଟେ

ଭ୍ରମର ଗାଉଛି ଗୁଣୁଗୁଣୁ ସ୍ଵରେ ।


ସବୁଜ ହରିତ ପାଟ ପତନିରେ

କି ସୁନ୍ଦର ଦିଶେ ଧରଣୀ ରାଣୀ

ନାନା ପ୍ରକାରର ଫଳେ ପୂର୍ଣ୍ଣ ବୃକ୍ଷ

ଆନନ୍ଦେ ଭ୍ରମନ୍ତି ମୃଗ ମୃଗୁଣୀ।


ଜଗତ ଜନନୀ ଆସିଵେ ଧାରାକୁ

ନବରାତ୍ର ପୂଜା ଆରମ୍ଭ ହେବ

ସାଧକ ସାଧିକା ଦୀପାବଳୀ ଜାଳି

ସ୍ଵାଗତ କରିଵେ ମଣ୍ଡପ ସଜାଇ।


ଆସିବେ ଧରାକୁ ମହିଷା ମର୍ଦ୍ଦିନୀ

ଅବଗୁଣ ସବୁ ନାଶିଵା ପାଇଁ

କୃପା ଵରଷିବେ ଅଭୟ ଦାୟିନୀ

ଭକ୍ତିର ଅର୍ଘ୍ୟ ସାନନ୍ଦେ ନେଇ ।


ଆନନ୍ଦ ଉଲ୍ଲାସେ ସଭିଏଁ ମଜିଵେ

ଘଣ୍ଟା କାହାଳୀ ଶବଦେ କମ୍ପିବ ମହୀ

ଉତ୍ସବ ମୁଖର ହୋଇଵ ଯେ ଧରା

ଓମ୍ କାର ମୁଖୁର ହୋଇବ ତହିଁ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍