STORYMIRROR

SAHADEV PARIDA

Others

3  

SAHADEV PARIDA

Others

ଦୁଃଖ ହାରି ହରି

ଦୁଃଖ ହାରି ହରି

1 min
134

ଯେତେ ଦୁଃଖ ହରି ଦିଅ ମନ ଭରି

ମୋହର ନାହିଁ ନା ଭିତି

ତୁମେ ଦୁଃଖ ହାରି ଦୁଃଖକୁ ହରିଵ

ତୋ ଠାରେ ରଖିଲେ ମତି ।


ସୁଖର ଉଆସ କେବେ ଦେବ ନାହିଁ

କର ଯୋଡ଼ି କରେ ଗୁହାରି

ସୁଖରେ ରହିଲେ ହରି ନାମ ପଦ

ଚିତ୍ତ ରୁ ଯିବ ଅପସରି।


ମାନ ସନମାନ ଦରକାର ନାହିଁ

ହରିନାମ ସାଥେ ଥାଉ

ଅନ୍ତିମ କାଳରେ ତୁମେ ଥିଲେ ସାଥେ

ମରଣ ପଦ ନ ରହୁ।


ଦୁଃଖ ହାରି ହରି ଏତିକି ଗୁହାରି

ସୁଖକୁ ନ ଦେଵ କେବେ

ତୁମ ନାମ ସଦା ମୁଖେ ଗାଉ ଥିବି

ଦୁଃଖ ବାଧା ନ ଲାଗିଦ କେବେ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍