STORYMIRROR

SUSMITA MISHRA

Classics

3  

SUSMITA MISHRA

Classics

ଜୀଵନ ପ୍ରଦୀପ

ଜୀଵନ ପ୍ରଦୀପ

1 min
226


ଜୀବନ ପ୍ରଦୀପ,

 ଦେଖି ତୋ ଜୀଵନ,

ହୁଏ ଅଚରଜ,

  ମୋର ଏ ମନ।

ଅଣଚାଷ ପବନେ,

 ଦପଦପ ଜଳୁଥାଉ,

ଆଶ୍ଚର୍ଯ୍ୟ ଗୋଟେ ହିଚିକେ,

 ତୁ ଲିଭି ଯାଉ।

ନିଜ ଜନମେ ମିଟିମିଟି,

  ହୋଇ ତୁ ଜଳିଥାଉ,

ନିଜ ମରଣେ ତୁ କେମିତି,

 ହୁ ହୁ ହୋଇ ଜଳିଯାଉ।

ତୋ ପ୍ରଜ୍ଵଳିତ ଶିଖାରେ,,

  ଆଶା ଜାଗ୍ରତ ହୁଏ,

ତୁ କ୍ଷୀଣ ହୋଇ ଗଲେରେ,

  ଆଶା ନିରାଶା ହୁଏ।

ତୋ ସହିତ ଜୀବ,

  ଏମିତି ଜଡିତ,

ଦେଖି ହୋଇଯାଏ,

 ମୁଁ ଯେ ଚକିତ।

ତୁ ଜଳୁଥିଲେ,

  ଜୀବ ଯେ ବଞ୍ଚେ,

ତୁ ଲିଭିଗଲେ,

  ଜୀବ ଯେ ମରେ।

ତେଣୁ ରେ ଜୀଵନ ପ୍ରଦୀପ,

  ସଭିଙ୍କ ହୃଦୟେ ,

ତୁ ରହିଥାଅ,

  ମିଟିମିଟି ହେଉ ପଛେ,

ତୁ ଜଳୁ ଥାଅ।

ଅଧିକ ଖୁସି ପାଇଁ,

  ଅଧିକ ଜଳିବୁ ନାହିଁ,

ଅଧିକ ଜଳିବୁ ଯଦି,

  ଶୀଘ୍ର ଲିଭିବୁ ତୁହି।

ସଭିଙ୍କର ଆତ୍ମା,

 ତୁ ଜୀଵନ ପ୍ରଦୀପ,

ତୋ ପାଇଁ ସଂସାର,

 ହୁଏ ଆତଯାତ।

ସଭିଙ୍କ ହୃଦୟେ,

 ସଦା ଥିବୁ ତୁହି,

ଯେତେ ଝଡଝଞ୍ଜା ଆସୁ,

  ତୁ ଲିଭିବୁ ନାହିଁ।

ତୁ ନୁହଁ ଯେ ଜୀଵନ ପ୍ରଦୀପ,

  ତୁହି ଯେ ଅଟୁ ,

ଆଶାର ଆଲୋକ,

 ତୋ ପାଇଁ ବଞ୍ଚିଛି,

ଏ ଜୀବ ଜଗତ ।

 ସେ ପାଇଁ ଖୁସିରେ,

ସଦା ଜଳୁଥାଅ,

 ତୁ ରେ ଜୀଵନ ପ୍ରଦୀପ, 

ଏତିକି ତତେ କରନ୍ତୁ ଆଶୀଷ,

 ସେ ଜଗତନାଥ, ପ୍ରଭୁ ଜଗନ୍ନାଥ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics