STORYMIRROR

Sambit Srikumar

Abstract Classics Inspirational

3  

Sambit Srikumar

Abstract Classics Inspirational

ବାଇମନ

ବାଇମନ

1 min
135


ସୁନ୍ଦର ପଦୁଅଁ ପୋଖରୀ ବୋଲି ଯାହା

                  ତୁ ଭାବୁଛୁରେ ବାଇମନ

ପାପ ପଙ୍କେ ଭରା ନରଦ୍ଦମା ତାହା

                ଫେଡି ଦେଖ ବେନି ନୟନ।


ଭାଇ ବନ୍ଧୁ ଜାୟା ବୋଲି ଯା'ର

             ମୋହେ ହୋଇଲୁରେ ତୁହି ବାୟା

ବିଷୟା ସୁଖରେ ମାତି ଭୁଲିଲୁ ଦୁନିଆ

        ରୋଗ ବ୍ଯାଧି ଯାହା ବିସ୍ତାରିଲେ କାୟା।


ସବୁ ନିମିଷକ ଅଳିକ କ୍ଷଣିକ ମାୟା

             ଏଇ ଅଛି ଏଇ ନାହିଁରେ ମନୁଆଁ

ସମ୍ପଦ ଭାଳି ତୁ ଅରଜିଛୁ ଯାହା

      ଆପଦ କାଳେ ସେଇ ହୋଇବ କି ସାହା ।


ବେଳ ଥାଉ ଥାଉ ଯାଆରେ ଶରଣ

       ଶ୍ରୀରଙ୍ଗାଚରଣେ କରି ଆତ୍ମ ସମର୍ପଣ

ତନ ମନ ପ୍ରାଣ ତମାମ ରତନ

        ଆତ୍ମା ତୋହର ନିଶ୍ଚେ ଲଭିବ ପରିତ୍ରାଣ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract