ବାଇମନ
ବାଇମନ
ସୁନ୍ଦର ପଦୁଅଁ ପୋଖରୀ ବୋଲି ଯାହା
ତୁ ଭାବୁଛୁରେ ବାଇମନ
ପାପ ପଙ୍କେ ଭରା ନରଦ୍ଦମା ତାହା
ଫେଡି ଦେଖ ବେନି ନୟନ।
ଭାଇ ବନ୍ଧୁ ଜାୟା ବୋଲି ଯା'ର
ମୋହେ ହୋଇଲୁରେ ତୁହି ବାୟା
ବିଷୟା ସୁଖରେ ମାତି ଭୁଲିଲୁ ଦୁନିଆ
ରୋଗ ବ୍ଯାଧି ଯାହା ବିସ୍ତାରିଲେ କାୟା।
ସବୁ ନିମିଷକ ଅଳିକ କ୍ଷଣିକ ମାୟା
ଏଇ ଅଛି ଏଇ ନାହିଁରେ ମନୁଆଁ
ସମ୍ପଦ ଭାଳି ତୁ ଅରଜିଛୁ ଯାହା
ଆପଦ କାଳେ ସେଇ ହୋଇବ କି ସାହା ।
ବେଳ ଥାଉ ଥାଉ ଯାଆରେ ଶରଣ
ଶ୍ରୀରଙ୍ଗାଚରଣେ କରି ଆତ୍ମ ସମର୍ପଣ
ତନ ମନ ପ୍ରାଣ ତମାମ ରତନ
ଆତ୍ମା ତୋହର ନିଶ୍ଚେ ଲଭିବ ପରିତ୍ରାଣ ।