STORYMIRROR

Salina Sahu

Classics

3  

Salina Sahu

Classics

ମାଆ

ମାଆ

1 min
176

ପିଲାଟି ଦିନରୁ କୋଳେଇ କାଖେଇ

            ମଣିଷ କରିଛି ଯିଏ ,

ତାକୁ ଯଦି ଆମେ ଭୁଲି ଯିବାରେ

            ସ୍ବାର୍ଥି ଆମଠୁ କିଏ?


ଅଳି ଅଝଟକୁ ସହି କରି ସିଏ

            ପଥର କରିଛି ଛାତି,

ଅଖିଆ ଅପିଆ ରହି କରି ସିଏ

            ଜଗିଥାଏ ଦିନ ରାତି।



ଇଶ୍ଵରଙ୍କର ସେ ଶ୍ରେଷ୍ଠ ବରଦାନ

             ନାମଟି ତାହାର ମାଆ,

ପ୍ରତ୍ୟେକ ଜୀବର ଜନ୍ମଦାତ୍ରୀ ସିଏ

             ବିପଦେ ଆପଦେ ସାହା।



ଜଗତ କଲ୍ୟାଣ ଚାହିଁ ଯଦି ତୁମେ

             ମାଆ କୁ ସମ୍ମାନ ଦିଅ,

ମନ ପ୍ରାଣ ଦେଇ ସେବା କରି ତା'ର

             ଋଣ ଟିକେ ଶୁଝି ଦିଅ।






ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics