STORYMIRROR

Salina Sahu

Others

4  

Salina Sahu

Others

ଗଛ ଲଗାଅ

ଗଛ ଲଗାଅ

1 min
405

ମଧୁମାସ ଗଲା     ଗ୍ରୀଷ୍ମ ପ୍ରବେଶିଲା

    ନିଆଁ ପରି ଖରା ହେଲା  

ନଈ ନାଳ ସବୁ     ଶୁଖିଲା ପଡ଼ିଲା

    ପାଣି ମୁନ୍ଦେ କାଳ ହେଲା।


ଯୁଆଡ଼େ ଚାହିଁଲେ     ଗଛ ଦିଶେ ନାହିଁ

    ବାଟୋଇ ଖୋଜୁଛି ଛାଇ 

ଅଂଶଘାତ ଡରେ     ସମସ୍ତେ ଆତୁର

    ଲୋଡ଼ନ୍ତି ପଖାଳ ଦହି।


ସପୁରୀ ଆମ୍ବକୁ      କିଏ ବା ପଚାରେ

     ତରଭୁଜ ପାଖେ ଭିଡ଼ 

ବିଷୁବ ସଂକ୍ରାନ୍ତି      ପହଞ୍ଚିଲା ଆସି

     ଦିନ ଲାଗେ ଭାରି ଭିଡ଼।


ବିଷମ ଏ ଖରା     ପୋଡ଼ିଦେବ ପରା 

     ନରନାରୀ ଜୀବନକୁ 

ଗଛ ଲଗାଇଲେ      ଜୀବନ ବଞ୍ଚିବ 

     ଓଲଟି ପଡ଼ିବ ଋତୁ।



Rate this content
Log in