STORYMIRROR

Salina Sahu

Abstract

4  

Salina Sahu

Abstract

ପ୍ରେମମୟ ହୃଦୟ

ପ୍ରେମମୟ ହୃଦୟ

1 min
241


ଛତିତଳ ହୃଦୟର ସ୍ପନ୍ଦନର

କଥା କୁହେ ଧୀରେ,

ସଙ୍ଗୀତର ସତ ସୁର ଭାସିଉଠେ

ପ୍ରାଣମୟ ମୂର୍ଚ୍ଛନାରେ।


ପ୍ରେମମୟ ଯଦି ହୃଦୟର ସମଷ୍ଟି

କ୍ରୁରତା ଉଭେଇ ଯାଉ,

ହୃଦୟ ବିଭବି ସାଜ ଅନୁଭବୀ

ଭାବନା ସରସ ହେଉ।


ହୃଦୟ କୋମଳ ମୁଲତା ଅମୂଲ

ସପନର ଗନ୍ତାଘର,

ପ୍ରେମ ବସାଘର ନିଆରା ମନ୍ଦିର

ସ୍ପନ୍ଦନତା ଗୀତିଶ୍ୱର।


ଭାବ ଉଦ୍ଦୀପନା କେତେ ସମ୍ଭାବନା

ସଂକଳ୍ପରେ ମନ ପ୍ରାଣ,

ପ୍ରେମେ ପରିପୂର୍ଣ୍ଣ ହୃଦୟ ବିସ୍ତୀର୍ଣ୍ଣ

ଅସୁଝା ରଖେନି ଋଣ।


ସରସ ସୁନ୍ଦର କଠିନ୍ୟ ବିପକ୍ଷ

ହୃଦୟ ପରଶ ମଣି,

ପ୍ରେମ ପାଇଁ ତ୍ୟାଗ ବଳିଷ୍ଠତା ଭାଗ

ହିସାବ ରଖେନୀ ଜାଣି।


ପ୍ରେମ ପ୍ରତାରଣା ହୃଦୟକୁ ଜଣା

ଶୁଭଙ୍କର ନୁହେଁ ସ୍ବପ୍ନ,

ବିରଳ ହୃଦୟ କରଇ ଗ୍ରହଣ

ଅଭିଶପ୍ତ ହୁଏ ଜନ୍ମ।


ଦୁଇ ହୃଦୟର ହେଲେ ଯତିପାତ

ପ୍ରେମ ସଂଗଠିତ ହୁଏ,

ପ୍ରେମିକ ପ୍ରେମିକା ହୃଦୟ ପୁସ୍ତିକା

ମନପ୍ରାଣ ମୋହି ନିଏ।


ପ୍ରେମେ ଅଭିଷିକ୍ତ ପୁଷ୍ପେ ବିମଣ୍ଡିତ

ପ୍ରେମିକ ହୃଦୟ ରାଜା,

ପ୍ରେମିକା ସ୍ମୃତିକୁ ଫେରି ପାଇବାକୁ

ସ୍ବର୍ଗରେ ଉଡ଼ାଏ ଧ୍ବଜା।


ପ୍ରେମେ ସୁସଜ୍ଜିତ ମର୍ତ୍ୟପୁର ସତ୍ୟ

ପ୍ରେମର ସୁଉଚ୍ଚ ସ୍ଥାନ,

ପ୍ରେମ ବାସ୍ନା ମନା ନିନ୍ଦୁକକୁ ପରା

ଥାଉ ପଛେ କୋଟି ଧନ।


ପ୍ରେମମୟ ହେଉ ମନମୋହି ନେଉ

ହୃଦୟ ସରଗି ଚିତ୍ତ,

ମଧୁପର୍ଣ୍ଣ ସ୍ଵର୍ନା ପ୍ରୀତି ପ୍ରିୟଙ୍ଗନା

ବଦଳି ନ ପାଉ ମତ।।


Rate this content
Log in

Similar oriya poem from Abstract