STORYMIRROR

Salina Sahu

Drama

3  

Salina Sahu

Drama

ସୁନା ଭଉଣୀ

ସୁନା ଭଉଣୀ

1 min
201

ଗୋଟିଏ ଡାଳର ଦୁଇଟି ଫୁଲ,

ବଢ଼ିଅଛୁ ହୋଇ ବହୁତ ଗେଲ।

ଭଉଣୀ ସମ୍ପର୍କ ଟି ଅଟେ ଅସୀମ,

ନାହିଁ ଆଉ କିଛି ତାହାରି ସମ।

ଭଉଣୀ ମୋର ଈଶ୍ୱର ବିଶ୍ବାସୀ,

ନ ଥାଏ ତା ପାଇଁ ଛଳନା କିଛି।

ସଂସାରେ ଅମୂଲ୍ୟ ଭଉଣୀ ମୋର,

ପରିବେଶକୁ କରେ ଉଜାଗର।

ଭଉଣୀ ମୋର ବିଶ୍ବାସ ର ମଞ୍ଚ,

ମୋର ସମ୍ମାନ ସେ କରଇ ଉଚ୍ଚ।

ଭଉଣୀ ସଂପର୍କର ଖୁସି ମଜା,

ରସଗୋଲା ଯେମିତି ମିଠା ଖଜା।

ହୃଦୟେ କରି ହୁଏ ଅନୁଭବ,

ଭଉଣୀ ପ୍ରେମ ପ୍ରକୃତ ବିଭବ।

ନ ହୁଏ ଊଣା ସମ୍ମାନ ହାନି,

କୋଟିରେ ଗୋଟେ ମୋ ସାନ ଭଉଣୀ।

ହୃଦୟ ସାଥିରେ ହୃଦୟ ଛନ୍ଦା,

ଭଉଣୀ ମୋ ସ୍ନେହ ଶ୍ରଦ୍ଧାରେ ବନ୍ଧା।

ଅନାବିଳ ର ସେ ସମ୍ପର୍କକୁ ଦେଖି,

ଇତିହାସେ ରହିବ ଏହାର ସାକ୍ଷୀ।



Rate this content
Log in

Similar oriya poem from Drama