STORYMIRROR

Salina Sahu

Classics

3  

Salina Sahu

Classics

ଦୁହିତା

ଦୁହିତା

1 min
168

ସମ୍ପର୍କ ଡୋରୀରେ ବନ୍ଧନ ଛିଡ଼ିଲେ

କଷ୍ଟ ହୁଏ ଅତି ପ୍ରିୟ,

ବାପା ମା ପୁଣି ସ୍ବାମୀ ସୁଖ ଖୋଜେ

ନାରୀ ପର ଗଣନୀୟ।


କିଏ ବା କାହାର ଏଇଟା ବୁଝେନା

ସଭିଙ୍କୁ ଆବୁରି ଧରେ,

ସୁଖ ଦେବା ପାଇଁ କଷ୍ଟ ସହିଯାଏ

ତା କଥା ବା ବୁଝେ କିଏ।


ପ୍ରତ୍ୟେକ ଲୋକର ମାନେ ବୁଝୁ ବୁଝୁ

ନିଜ ପରିଚୟ ଭୁଲେ,

ଦୁହିତା ଜୀବନ କଷ୍ଟମୟ ସେତେ 

ସଂସାର ତାହାକୁ ବୁଝାଏ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics