STORYMIRROR

Salina Sahu

Classics

3  

Salina Sahu

Classics

ଭଲ ପାଅ ମୋତେ କେତେ

ଭଲ ପାଅ ମୋତେ କେତେ

1 min
186

ଆହେ ସାଇନାଥ         ପଚାରୁଛି କହ

      ଭଲ ପାଅ ମୋତେ କେତେ,

ସାଗରରେ ପାଣି         ଅବା ସରଗରେ

      ତାରା ଫୁଟିଛନ୍ତି ଯେତେ।


ଜାଣିଛି ମୁଁ ସାଇ         ମାଳିଟିଏ ହୋଇ

       ଫୁଲ ଭାବି ଜଗିଅଛ,

ମଧୂମକ୍ଷି ଜେହେଁ।       ତୁମ କୋଳ ମୋତେ

       ମଧୁ ପରି ସାଇତିଛ।



ରହିଅଛ ସାଇ          ଢାଲଟିଏ ହୋଇ

       ଏଇ ମୋର ଜୀବନରେ,

କେତେ ଅଘଟଣ        ଟଳି ଯେ ଦେଇଛି

       ମୋର ଜ୍ଞାତ ଅଜ୍ଞାତରେ।



ଆତଜାତ ହୁଅ          ନିଃଶ୍ୱାସେ ପ୍ରଶ୍ଵାସେ

       ଏଇ ଶରୀରରେ ମୋର,

ପ୍ରତିଟି ସ୍ପନ୍ଦନେ         ଅନୁଭବ କରେ

       ତୁମକୁ ହୃଦୟେ ମୋର।



ଟାଣୁଅଛ ସାଇ          ଚୁମ୍ବକଟେ ହୋଇ

      ମୋତେ ନିତି ତୁମ ପାଶେ,

ଝାଡ଼ିଦିଅ ସାଇ          ମନରେ ମୋହର

      ଯେତେ ଯେ କଳଙ୍କ ଗ୍ରାସେ।



ଶାନ୍ତି ଦେଇଅଛ          ମୁକ୍ତି ଦେବ ଜାଣେ

       ଜୀବ ଗଲା ପରେ ମୋତେ,

ସେଥିପାଇଁ ସାଇ          ପଚାରି ମୁଁ ଦେଲି

       ଭଲ ପାଅ ମୋତେ କେତେ?







ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics