STORYMIRROR

Salina Sahu

Tragedy

4  

Salina Sahu

Tragedy

ଗାଈର ଆତ୍ମକାହାଣୀ

ଗାଈର ଆତ୍ମକାହାଣୀ

1 min
297

ଗାଇଟିଏ ମୁହିଁ କହୁଛି,

ଶୁଣ ମୋ ଦୁଃଖ କଥା।

ନିୟତି ନିର୍ଦ୍ଦେଶେ ମୋ ଜନ୍ମ,

ହେଲେ କୋଡ଼େ ମୁଁ ମଥା।(୧)


ଅଛି ମୋ ସିନା ଚାରିଗୋଡ଼,

ହେଲେ ଶିକୁଳି ବନ୍ଧା।

ଆଖି ଦୁଇ ଥାଇ କି ଲାଭ,

ଭାବେ ନିଜକୁ ଅନ୍ଧା।(୨)


ଅଛି ମୋର ଦୁଇଟି କାନ,

ଶୁଣି ନ ଶୁଣି ରହେ।

ଲମ୍ବା ଲାଞ୍ଜ ଆଗେ ଚଅଁର,

ଯାହା ଝାଡି ତ ହୁଏ।(୩)


ଗାଈ ଜନମରେ ନାହିଁ ତ,

ସୁଖ ଶାନ୍ତି ମୋହର।

ମଣିଷ ଇଚ୍ଛାରେ ପଡ଼ିଛି,

ବନ୍ଧା ହୋଇ ଖୁଣ୍ଟର।(୪)


ଅଧା ପେଟ ଦାନ ମିଳିଲେ,

ଜାଣ ଭାଗ୍ୟ ମୋହର।

କ୍ଷୀର ଲାଳସରେ ମାଲିକ,

ମୁଠେ ଦିଏ ଆହାର।(୫)


ଜନ୍ମିତ ଅଣ୍ଡିରା ପିଲାଙ୍କୁ,

ଟଙ୍କା ପାଇଁ ବିକୁଛି।

ଜନ୍ମ କଲା ମାଆ ହୋଇଣ,

ମୋର ଆଖି ଦେଖୁଛି।(୬)


ମାଈ ବାଛୁରିକୁ ରଖୁଛି,

ନିଜ ସ୍ବାର୍ଥ ଆଶାରେ।

ମାଆ ବୋଲି ଆଉ ଭାବୁନି,

ମୋତେ କେହି ସଂସାରେ।(୭)


କେତେ ଉପକାର କରେ ମୁଁ,

ସତ ନ ଜାଣେ କିଏ।

ପିଲା ଠାରୁ ବୁଢ଼ା ସଭିଙ୍କୁ,

ମୁଁ ଯେ ଆହାର ଦିଏ।(୮)


ମଣିଷ ପଣିଆ ହଯିଛି,

ଆଜି ମଣିଷ ପାଶେ।

ଅମଣିଷ ସେହି ସାଜୁଛି,

ଟଙ୍କା ପାଇବା ଆଶେ।(୯)


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy