Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

PUSPALATA SAHOO

Classics

3  

PUSPALATA SAHOO

Classics

ହୋଇବ କି ମନ ତୋଷ

ହୋଇବ କି ମନ ତୋଷ

1 min
36


ରଥ ଗଡ଼ିବନି ଚକ ଗଡିବନି 

ଗଡିବନି ନନ୍ଦିଘୋଷ 

କଳା ସାଆନ୍ତମୋ ମଉନେ ବସିଛ 

କରି ଅଛ କିବା ରୋଷ ||

ତୁମରି ଆଜ୍ଞା ରେ ଚଳେ ଏ ଜଗତ 

ତୁମେ ତ ସୃଷ୍ଟି ର ଧାର 

କରି କରାଉଛ ସବୁ ଭିଆ ଉଛ 

ତୁମେ ମୂଳ କର୍ଣ୍ଣଧାର ||

କରୋନା ବଶରେ ରହିଛି ବିଶ୍ୱ 

ଦିଶୁ ନାହିଁ କିଛି ପଥ 

ଅଣସର ଘରେ ଶୋଇ ଅଛ ତୁମେ 

ଉଠ ପ୍ରଭୁ ଜଗନ୍ନାଥ ||

ସର୍କାର ଆଇନ ସବୁ ଏକାକାର 

ବଜାନ୍ତି ସତର୍କ ଘଣ୍ଟା 

ପାଳିଆ ସେବକ କରି ପ୍ରତିବାଦ 

ଭିଡନ୍ତି ତାଙ୍କରି ଅଣ୍ଟା ||

କରମ ଭୂଇଁ ରୁ ଜନମ ଭୂଇଁକୁ 

କିପରି ଯିବ ହେ ତୁମେ 

କରୋନା ନିୟମ ଅମାନ୍ୟ କରିଲେ 

ପାତକ ଲାଗିବ ନାମେ ||

ତୁମରି ହାତରେ ବନ୍ଧା ହୋଇଅଛି 

ମଣିଷ ଗାଈର ରଜ୍ଜୁ 

ଯେଣେ ଭିଡୁ ଥାଅ ସେଣେ ଗଡିଯାଏ 

ନ ଥାଏ ତାହାରି ଯୁଉ ||

ନିଜ ରଥ ଡୋରି ନିଜ ହାତେ ବନ୍ଧା 

ତଥାପି ଭାବୁଛ କିସ 

ଭକ୍ତର ସୁରକ୍ଷା କରି ନ ପାରିଲେ 

ମନଟା ଲାଗିବ ବିଷ ||

ତୁମେ ଭକତର ଭକତ ତୁମର 

ଭକ୍ତ ପାଇଁ ତୁମ ଯାତ 

ବିନା ଭକତରେ କେମିତି ହୋଇବ 

ସର୍ବ ଶ୍ରେଷ୍ଠ ଘୋଷଯାତ ||

ଏ ଜଗତ ସୃଷ୍ଟି ତୁମେ ତାର ସ୍ରଷ୍ଟା 

ମନୁ ତେଜ କର ରୋଷ 

ସୃଷ୍ଟି ସ୍ରଷ୍ଟାଙ୍କର ମିଳନ ନ ହେଲେ 

ହୋଇବ କି ମନ ତୋଷ ||



Rate this content
Log in

Similar oriya poem from Classics