ସାବିତ୍ରୀ ବ୍ରତ
ସାବିତ୍ରୀ ବ୍ରତ


ଶୁଣ ଶୁଣ ପତି ଦେବ ମନ କର୍ଣ୍ଣ ଦେଇ
ସାବିତ୍ରୀ ବ୍ରତ କରିଛି ଆଜି ତୁମ ପାଇଁ
କେତେ ତପ ବଳେ ମୁଁ ପାଇଛି ତୁମକୁ
ପୂଜିବି ଭକତି ମନେ ତୁମରି ପଦକୁ ।
ସେ ପାଇଁ ଲୋଡ଼ା ଭଲ ଶାଢ଼ୀ ଚୁଡିମାନ
ଫଳ ମୂଳ ସାଥେ ପୁଣି ନାନାଦି ବ୍ୟଞ୍ଜନ
ଲିପିଷ୍ଟିକ ଆଣିଦେବ ଓଠକୁ ମୋହର
ମୁହଁରେ ମାରିବା ପାଇଁ କ୍ରିମ ପାଉଡର ।
ନାଲି ଶଙ୍ଖା ଚୁଡି ଆଉ ନାଲି ପାଟ ପିନ୍ଧି
ତୁମ ହାତେ ମୋ ହାତକୁ ଦେବି ମୁଁ ଛନ୍ଦି
ଫଟୋ ଉଠାଇବ ସେଲ୍ଫି କ୍ୟାମେରାରେ
ରଖିବି ତାକୁ ମୋ ଫୋନ ସ୍ଟାଟସରେ ।
ସବୁ କଥା ମନେ କରି ସକାଳୁ ଆଣିବ
ସାବିତ୍ରୀ ବ୍ରତ ଆଜି ହେଳା ନ କରିବ
ଉପବାସ କରି ପ୍ରଭୁ ପାଶେ ଭୋଗ ଦେବି
ତୁମରି ପୟରେ ମୋର ମତି ରଖିଥିବି ।
ତୁମେ ମୋର ଇହ କାଳ ପର କାଳ ସ୍ୱାମୀ
ତୁମ ବିନା ଗତି ମୁକ୍ତି ନାହିଁ ଅଗ୍ରଗାମୀ
ଅଳ୍ପ ରୋଜଗାର ତୁମ ନାହିଁ ପାଶେ ଟଙ୍କା
ବ୍ରତ ପୂଜା ନ କଲେ ଯମ ହେବେ ବଙ୍କା ।
ତୁମ ଆୟୁଷ ଯଦି ନେବେ ଯମ ଛଡାଇ
କିପରି ବଞ୍ଚିବି କୁହ ତୁମ ବିନା କହ୍ନେଇ
ତୁମେ କାହ୍ନା ହେଲେ ମୁଁ ଯେ ତୁମ ରାଧା
ତୁମ ବିନା ଏ ଜୀବନ ରହିଯିବ ଅଧା ।