STORYMIRROR

Bijoy Jena

Classics Inspirational Others

3  

Bijoy Jena

Classics Inspirational Others

ବର୍ଷାର ପହିଲି କବିତା

ବର୍ଷାର ପହିଲି କବିତା

1 min
142


ଗାଆଁ ଦାଣ୍ଡ ଉଛୁଳଇ ବରଷା ପାଣିରେ

କଳା ବାଦଲର ମେଘ ଥମୁନି କାହିଁରେ

ରହି ରହି ଘଡଘଡି ବିଜୁଳି ମାରଇ

ଅସ୍ଥି ମଜ୍ଜା ଥରାଉଛି ବାକ୍ୟ ନ ସ୍ପୂରଇ।

ପିଲା ଦିନ ସେଇ କଥା ମନରେ ଆସୁଛି

ଚେତନାର ସରହଡ ଛୁଁଇ ବି ଯାଉଛି

କାଗଜର ଡଙ୍ଗାଟିଏ ଭସାଇବା ପାଇଁ

ନାକେଦମ ହୋଇଗଲି କେତେ ମୁଁ କେଜାଣି

ସୁରୁଜର ଦେଖାନାହିଁ ଛେଚୁଛି ବରଷା

ବେଙ୍ଗଟିଏ ବେଙ୍ଗୁଲିକୁ କରୁଛି ଭରସା

ସାରୁ ଗଛ ମୂଳେ ଦୁହେଁ କେଁ କଟର ରାବ

ଦୃଷ୍ଟି ହେଲା ଆଢ଼ୁଆଳ ଭାବରେ ଅଭାବ।

ଥିରି ଥିରି ଚାଲୁ ଅଛି ସାଧବ ବୋହୁଟି

ନାଲି ତୁକୁ ଟୁକୁ ଓଠ ସୁନ୍ଦର ଲାଗୁଛି

ଦଣ୍ଡିଆ କେରାଣ୍ଡି ଟିଏ ଫକ ଫକ ଡେଇଁ

ପାଣି ସୁଏ ଯାଏ ଭାସି ଦିଏ ମନ ଛୁଇଁ।

ଚଷା ଭାଇ ଫେରି ଆସେ କ୍ଷେତରୁ ସଅଳ

ଆକସ୍ମିକ ବଜ୍ରପାତ ହୁଅଇ ଗରଳ

ଓଦା ସରସର ଦେହେ ପହଞ୍ଚାଇ ଘରେ

ଗୃହିଣୀ ତା ପାଛୋଟଇ କେଡ଼େ ଯେ ଆଦରେ।

ଭାବନାର ଅନ୍ତ ଘଟି ପଶିଲା ଛାନିଆ

ଖୋଜୁଥିବେ ବାପା ମାଆ କେଡେ ଅମାନିଆ

ନଜର ପଡ଼ିଲା ଦାଣ୍ଡେ ଛୋଟିଆ ସାପଟି

ପାଣିରେ ଯାଉଛି ଭାସି ନ ପାଇ ରାହା ଟି।

ଏତିକି ବେଳକୁ ଟିକେ ବରଷ ଥମିଲା

ପାଣି ସୁଅ ଧୀରେ ଧୀରେ କମିବାକୁ ଗଲା

ମଉକା ପାଇଲି ମୁହିଁ କାଗଜ ଡଙ୍ଗାଟି

ଦେଲି ଯେ ଭସାଇ ଆଗକୁ ଚାହିଟି।

ଘରକୁ ଫେରିଲି ଭୟେ ଧରା ପଡ଼ି ଗଲି

ଦି ଚାପୁଡ଼ା ମାଡ଼ ଖାଇ ନୀରବ ରହିଲି

କହୁଥିଲେ ବାପା ପରା ବୋଉଙ୍କୁ ବୁଝାଇ

ଏଡେ ବକଟେ ପିଲା ସେ କିଛି ଶୁଣୁ ନାହିଁ।

ବରଷା ଆସିଲେ ଏହା ମନେ ପଡ଼ି ଯାଏ

ସେଇ ସ୍ମୃତି ଉଜ୍ଜୀବିତ ଏଇ ବୟସରେ

ବରଷାର ଏହି ଗୀତ ମୋ ପହିଲି ଗୀତ

ବରଷା ଯେ ଦେଉ ଥାଉ ସଭିଙ୍କୁ ଆଲ୍ଲାଦ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics