ଜୀବନ ଆସିଛି
ଜୀବନ ଆସିଛି
ଜୀବନ ଆସିଛି କରଜ ସୂତ୍ରରେ ମରଣ ଠୁଁ କିଛି ଦିନ ବାଳୁତ ଅବସ୍ଥା ବିତି ଯାଏ ସିନା ଶିଶୁ ଲାଳନ ପାଳନ। କୈଶୋର ରେ ଶିକ୍ଷା ପ୍ରାପତି ହୁଅଇ ଅ ଖେଳା କୁଦାରେ ବେଳ ଗଡି ଗଡି ଯାଇ ଯୌବନ ଆସଇ ସଂସାର ବନ୍ଧନ ଗୋଳ। ବାର୍ଦ୍ଧକ୍ୟ ରେ ଏବେ ପଦାର୍ପଣ ପରେ ମୋକ୍ଷ ପ୍ରାପ୍ତି ଆଶା ଜାଗେ ଏଇତ ଜୀବନ ଦି ଦିନ ସଂସାର ସରିଯାଏ କେଡେ ବେଗେ। ଯେତିକି ଦିନ ତ କଣ୍ଟ ରହିଅଛି ସର୍ବଦା ଜାଗ୍ରତ ରହି ସତ କର୍ମ ମଧ୍ୟେ ସମୟ ବିତିଲେ ମନେ ରଖିବ ଏ ମହୀ। ଅଢେ଼ଇ ଦିନିଆ ଜୀବନ ହେଲେହେଁ ଅନ୍ୟର ଆଦର୍ଶ ହୋଇ ତାହାର ଜନମ ତାଙ୍କ ମରଣରେ ହୋଇଯାଏ କାଳ ଜୟୀ।
