STORYMIRROR

Bijoy Jena

Action Classics Inspirational

4  

Bijoy Jena

Action Classics Inspirational

ରାଧା ଯାଏ କୁଞ୍ଜାକୁ ମୀରା ଧାଏଁ ଦାଣ୍ଡକୁ

ରାଧା ଯାଏ କୁଞ୍ଜାକୁ ମୀରା ଧାଏଁ ଦାଣ୍ଡକୁ

1 min
11

 ଦେଖ ଲୋ ସଜନୀ ଦେଖ ରାଧା ନିତି ଯାଏ କୁଞ୍ଜ କୁ ପରା ଲୋ ଲଭିବାକୁ ପ୍ରୀତି ସୁଖ। ରାତ୍ରର କେଉଁ ପ୍ରହରେ କୃଷ୍ଣ ଆସି ଥାନ୍ତି କେଉଁ ବେଶରେ ଲୋ ମନ ଜିଣି ରାଧିକାରେ। ଦେଖ ଲୋ ବଉଳ ଦେଖ ମୀରା ଧାଏଁ ଏବେ ଦାଣ୍ଡ ମଝିରେ କୃଷ୍ଣ ନିରେଖି ନିରେଖ। ପଥରେ ପଚାରୁ ଛନ୍ତି ଦେଖି ଛକି କିଏ ତାଙ୍କ କାହ୍ନାକୁ ମନ ମୋ ବନ୍ଧା ପଡ଼ିଛି। ଅପେକ୍ଷାରେ ପାହେ ରାତି ରାଧା ବିରହିଣୀ ଝୁରି ହୁଅନ୍ତି କୁଞ୍ଜରେ କେହି ନାହାନ୍ତି। ଆଉ କେତେ କାଳ ସଖା ସହିବି ଯନ୍ତ୍ରଣା ନ ଦେବ ଡଗା ଏ ଦାସୀ ଶୁଦ୍ଧ ପରଖା। ପ୍ରତି ସ୍ଥାନେ ଦେଖେ ମୀରା ମୁରଲୀ ଧରଙ୍କ ସୁନ୍ଦର ଠାଣି ଦିଅନ୍ତି ନାହିଁ ତ ଧରା। ତୁମ ଲୀଳା ତୁମ ମାୟା କା ପାଇଁ ଆଲୋକ କା ପାଇଁ ଛାୟା ମୁରଲୀ କରୁଛି ବାୟା। କେତେ କାଳ ଆଉ ସହି ଲୋ ବଉଳ କେତେ କାଳ ଆଉ ସହି ମନ ମରିଯାଏ କହ୍ନେଇ ପାଖେ ପ୍ରେମର ପୁଙ୍ଗୁଳା ନଈ। 




Rate this content
Log in

Similar oriya poem from Action