STORYMIRROR

Bijoy Jena

Action Classics Inspirational

4  

Bijoy Jena

Action Classics Inspirational

ବଡ ଦିଅଁ ବୋଲି

ବଡ ଦିଅଁ ବୋଲି

1 min
2

ବଡ ଦିଅଁ ବୋଲି ପଡ଼ିଛି ହୁରି ସାରା ଜଗତେ ବଡ ଦାଣ୍ଡ ତାର ଜନ ଗହଳି ନାହିଁ ମରତେ। ସମୁଦ୍ର କୂଳିଆ ନୀଳା ଚଳିଆ ପତିତ ସଖା ବରଷକେ ଥରେ ରଥରେ ବିଜେ ଦାଣ୍ଡରେ ଦେଖା। ତା ଅବଢ଼ା ଅନ୍ନ ଭାରି ସୁଆଦ ଦେହକୁ ହିତ ନିର୍ମାଲ୍ୟ ଯାହାର ମୁକତି ଆଣେ ମଣିବ ସତ। ଶମଶାନ ତାର ସରଗ ଦ୍ଵାର ଅଟେ ଯେ ତୀର୍ଥ ଶ୍ରୀ ଚରଣେ ଯିଏ ଆଶ୍ରୟ ନିଏ ନ ଯାଏ ବ୍ୟର୍ଥ। ଆସ ହେ ସକଳ ଭକତ ଜନ ନେବା ଶରଣ କାଳିଆ ଠାକୁର କହନ୍ତି ସର୍ବେ ପରାଣ ଧନ। 


Rate this content
Log in

Similar oriya poem from Action