STORYMIRROR

Bijoy Jena

Action Classics Inspirational

4  

Bijoy Jena

Action Classics Inspirational

ଯେଉଁଠି ମହିଳା

ଯେଉଁଠି ମହିଳା

1 min
0

ଯେଉଁଠି ମହିଳା ହୁଏ ନିର୍ଯାତିତ ଯେ ଦେଶେ କନ୍ୟାଏ ଜନ୍ମରୁ ଲୁଣ୍ଠିତ। ସମାଜେ ଦଳିତ ପାଆନ୍ତି ଯାତନା ଉଚ୍ଚ ସମାଜରେ ହୋଇବେକି ଗଣା? । ସବୁ କିଛି ଥାଇ ନ୍ୟାୟ ବାଟବଣା ନାହିଁକି ଆଇନ ନାହିଁ କଟକଣା? । ଦେଖୁଛ ହେ ପ୍ରଭୁ ନିତି ଏ ସଂସାରେ କହିବୁ କାହାକୁ କିଏବା ପଚାରେ? । ଯେବେ ବି ଅଧର୍ମ ବଢି ବଢି ଯାଏ ନାରୀ ନିର୍ଯାତନା ସୀମା ପାର ହୁଏ। ବୈକୁଣ୍ଠ ଧାମରୁ ଆସିଛ ଓହ୍ଲାଇ କଳୁଷ ବିନାଶି ଧର୍ମ ରକ୍ଷା ପାଇଁ। ପାପିଏ ଆଦରି ନିଅନ୍ତି କୁପଥ କାହିଁକି ମଉନ କୁହ ଜଗନ୍ନାଥ?. । କର ନାହିଁ ଡେରି ହେ ପୁରୁଷୋତ୍ତମ ତୁମ ଗଢ଼ା ସୃଷ୍ଟି ରଖ ତାର ମାନ। 


Rate this content
Log in

Similar oriya poem from Action