STORYMIRROR

Bijoy Jena

Action Classics Inspirational

4  

Bijoy Jena

Action Classics Inspirational

କବି ହୃଦୟର ଦରଦୀ ବନ୍ଧୁ

କବି ହୃଦୟର ଦରଦୀ ବନ୍ଧୁ

1 min
11

କବି ହୃଦୟର ଦରଦୀ ବନ୍ଧୁ ତ କବିତା ବନିତା ଲତା ମନ ପ୍ରାଣ ତାର ଭାବନାରେ ବୁଡେ ଆଙ୍କିକି ରଖେ ତା ସତ୍ତା। କେଉଁ ରାଇଜର ରାଜ କୁମାରୀ ସେ କବିତାରେ ଲେଖେ ଚିଠି ସେ ଚିଠି ପଢିକି ଭଳି ଯାଆନ୍ତି ଲୋ ରାଜା ପୁଅ ହୁଏ ମାଠି। ବନ ହରିଣୀର ସୁନ୍ଦର ରୂପରେ ସତୀ ସୀତା ଅନୁରୋଧେ ଶ୍ରୀରାମ ଭୂଲିଲେ କ୍ଷଣିକ ଆନନ୍ଦେ କାମିନୀର ମାୟା ବୋଧେ। କବିର କବିତା ଗଢି ଦିଏ କେତେ କାବ୍ୟର କୋଣାର୍କ ସୌଧ ସତୀ ନାରୀ ଜଳେ ପତିର ଜୁଇରେ ରୂପ ଦିଏ ଅପରାଧ। କବିର ଭାଷାରେ ବନିତା ପାଇଛି ନିଜ ମାନ ସ୍ୱାଭିମାନ ଅବଳା ନୁହଇଁ ଦୂର୍ବଳା କେବେ ବି ଭୋଗ୍ୟ ନୁହେଁ ପରାଧୀନ। କେତେ କେତେ ଲତା ମାଡ଼ି ମାଡ଼ି ଯାଇ ସୃଷ୍ଟି ହୁଏ କୁଞ୍ଜ ଟିଏ ସେ କୁଞ୍ଜେ ଶ୍ରୀରାଧା ଯାମିନୀ ବିତାଇ କୃଷ୍ଣ କୃଷ୍ଣ ବାଇ ହୁଏ। କବିର ଦରଦୀ ବନ୍ଧୁ ତ କବିତା ଭାବ ସଦା ଦିଆ ନିଆ ଯୌବନରେ ପରା ମର୍କଟ ସୁନ୍ଦରୀ ପ୍ରେମ ପାଇଁ ପ୍ରାଣ ଦିଆ। ଅସହାୟ ଜନେ ସାହସ ଖେଳାଏ କବିତାର ମନ୍ଦାକିନୀ ସେ ମନ୍ଦାକିନୀ ରେ କବି ସ୍ନାନ କରେ କାଳ ଜୟୀ ତା ଲେଖନୀ। 


Rate this content
Log in

Similar oriya poem from Action