STORYMIRROR

Sarita Rani Mohanty

Action

3  

Sarita Rani Mohanty

Action

ଶକ୍ତିଶାଳୀ ଅଛି ଜଣେ

ଶକ୍ତିଶାଳୀ ଅଛି ଜଣେ

1 min
11.5K

ମଣିଷ ନିଜକୁ ବଳବାନ୍ ଭାବି

   ଧରାକୁ ମଣଇ ସରା

ସତେକି ସୂରୁଜ ପବନ ଠାରେ ବି

   ନିଜକୁ ନଦେବ ଧରା   ll


ଧନ ବୃଦ୍ଧି କରି ଧନ ବଳେ ଆଜି

  କୁ ପଥର ଯାତ୍ରୀ ହେବ

ମଦ ମାଂସ ଖାଇ ନିଶା ଖୋର ହୋଇ

   ବାହୁ ବଳ ଦେଖାଇବ   ll


ଧନ ବଳ ହେଉ ଅବା ବାହୁ ବଳ 

   ସବୁ ହେବ ଧୂଳିସାତ

ମନ ବଳ ତାର ଦୃଢ଼ କରିଥିଲେ

   ଜିଣନ୍ତା ସାରା ଜଗତ    ll


ସମ୍ପର୍କେ ଫାଟକ ଆଣି ପାରୁଛନ୍ତି

   ଧନର ଶକତି ପାଇଁ

କେଉଁଠି ଦମ୍ପତି ଜୀବନ ନେଲେଣି

    ବିଶ୍ୱାସରେ ବିଷ ଦେଇ   ll


ଗୁଣ୍ଡା,ଲୁଟ-ରାଜ୍ ବଢ଼ି ଚାଲୁଅଛି

   ଶକ୍ତି ପରିଚୟ ଦେଇ

ଶହ ଶହ ଦସ୍ୟୁ ଘୁରି ବୁଲୁଛନ୍ତି

   ବାଲ୍ମିକୀଙ୍କ ଦେଖା ନାହିଁ  ll


କ୍ଷମତା ବଳରେ ବଳୀୟାନ ହୋଇ

  ଲୁଣ୍ଠନରେ ଅଗ୍ରସର

କଳ କଉଶଳେ  ଜିଣିବ ଜଗତ

  ପ୍ରଗତି ପଥରେ ନର    ll


ବୁଦ୍ଧି ବଳେ ଆଜି ବଳିୟାର ହୋଇ

   ପ୍ରକୃତି କରିଲା ଧ୍ଵଂସ 

ଭସ୍ମାସୁର ପରି ମୁଣ୍ଡେ ହାତ ଦେବ

   ସବୁ କରିଦେବ ଶେଷ    ll


ଯାହା ପାଇଁ ଆଜି ହୁଏ ବଳିୟାର

   ମନରୁ ଦିଏ ପାସୋରି

କ୍ଷଣିକରେ ବଳ ଉଭେଇବ ତା'ର

   ସେ ଦିନ ଯିବ ସେ ହାରି    ll


ସଭିଙ୍କ ଉପରେ ଯିଏ ବଳବାନ୍

  ଏକା ସେଇ ଭଗବାନ

ମାନସ ପଟରେ ନରଖି ମଣିଷ

   ପାଉଛି ଆଜି କଷଣ   ll


ଜ୍ଞାନ କଉଶଳେ ଆଣୁଛି ଉନ୍ନତି

  ନିଜର ଶକ୍ତି ଦେଖାଇ

ବିପର୍ଯ୍ୟୟ ବେଳେ ବଳ କ୍ଷୟ ତାର

   ଲଢି ବି ସେ ନପାରଇ  ll


ବାତ୍ୟା ମହାବାତ୍ୟା ହୁଏ ଭୂମିକମ୍ପ

   ସମୁଦ୍ର ମାଡ଼ି ଆସଇ

ପରୋକ୍ଷରେ ପ୍ରଭୁ ସୂଚାଇ ଦିଅନ୍ତି

  ବଳବାନ୍ ତୁ ନୁହଇ    ll


ମହାମାରୀ ଆସି ପ୍ରବେଶ ହୋଇଲା

   ବସାଇଲା ଘର କୋଣେ

ସବୁ ବଳ ତା'ର କମ୍ ପଡିଗଲା

  ବସି ସେ ପ୍ରମାଦ ଗଣେ   ll


ଏକଇ ଈଶ୍ୱର ବଳବାନ୍ ପରା

  ସତ୍ୟ ଅଟେ ଧ୍ରୁବ ପରି

ତାଙ୍କରି ପାଖରେ ଶରଣ ପଶିଲେ

   ଶକତି ହେବ ତିଆରି   ll



Rate this content
Log in

Similar oriya poem from Action