STORYMIRROR

Sarita Rani Mohanty

Action

4  

Sarita Rani Mohanty

Action

ସଭିଏଁ ଭଉଣୀ ଭାଇ

ସଭିଏଁ ଭଉଣୀ ଭାଇ

1 min
23K


ଧନ୍ୟ ଏ ଓଡ଼ିଶା ଧନ୍ୟ ତାର କୀର୍ତ୍ତି

   ତା ସମ କେହି ବି ନାହିଁ

ଏ ମହୀ ମଣ୍ଡଳେ ଉତ୍କଳ କୀରତୀ

    ବସ୍ତାରିତ୍ ହୋଇଥାଇ।


ତା ପାଣି ପବନ ଦିଅଇ ଜୀବନ

    ଦିଏ ଶାନ୍ତିର ବାରତା

କେତେ ବୀର ପୁତ୍ର ଜନମି ତା କୋଳେ

    ଗାଏ ତା ଜୀବନ ଗାଥା।


ବିଶ୍ଵ ଦରବାରେ କୀର୍ତ୍ତି ରାଜି ତାର

    ସ୍ୱାର୍ଣ୍ଣକ୍ଷରେ ଲିପିବଦ୍ଧ

ଭୀମଭୋଇ ପୁଣି ତାହାରି ସନ୍ତାନ

    ଜନ୍ମ୍ମିଲେ ଗୌତମ ବୁଦ୍ଧ।


ଓଡ଼ିଶା ମହାନ କୀର୍ତ୍ତି ତା ମହାନ୍

   ଯାହା ପାଇଁ ନାମ ତାର

ଓଡ଼ିଶା ମାଟିରେ କାଳିଆ ସାଆନ୍ତ୍

   ନୀଳାଚଳେ ବାସ ତାର।


କି ସୁନ୍ଦର ଏହି ରାଇଜ ଆମର 

   କି ମଧୁର ତା ନାଆଁ ଟି

ସବୁଠୁ ସୁନ୍ଦର ଭାଷା ତା ମଧୁର

   ଏହି ଆମ ରାଇଜ ଟି।


ଭଗ୍ନ ସେ କୋଣାର୍କ ସ୍ମୃତି ରାଜି ହୋଇ

   ଦଣ୍ଡାୟମାନ ହୋଇଛି

କାରୁ କାର୍ଯ୍ୟ ତାର ମୁକ ସାକ୍ଷୀ ସାଜି

     କାହାଣୀ ବତାଉ ଅଛି।


ତାରକସୀ କାମେ କଟକ ପ୍ରସିଦ୍ଧ

   ମାଆ ପାଖେ ଲାଗୁଥା ଇ

ଶାନ୍ତିର ସ୍ତୋପ ମୁଣ୍ଡ ଦେକି ଆଜି

   ପର୍ଯ୍ୟଟନ ସ୍ଥଳୀ ହୋଇ।


କାର୍ତ୍ତିକ ମାସର ବୋଇତ ବନ୍ଦାଣ

   ବାର ମାସେ ତେର ପର୍ବ

ଓଡ଼ିଆ ମାଟିରେ ଜନମ ଆମରି

   ଓଡ଼ିଶା ଆମର ଗର୍ବ।


ଦିବ୍ୟ ଭୂମି ଆମ ଓଡ଼ିଶା ଅଟଇ

  ନାହିଁ ତାର ବ୍ୟାପକତା

ଲେଖନୀ ମୁନରେ ସ୍ଥାନ ଦେଇଛନ୍ତି

   ଲେଖି ଓଡ଼ିଶାର ଗାଥା।


ଉଜ୍ଜ୍ୱଳ ନକ୍ଷତ୍ର ଦିଅଇ ଆଲୋକ

   ଅନ୍ଧାର ହୁଅଇ ଦୂର

ଜ୍ଞାନ ର ଆଲୋକ ବିଛୁରିବା ପାଇଁ

  ଜ୍ଞାନୀ ଜନ୍ମିଲେ ତା କୁଳର।


ପ୍ରତି ଘରେ ଘରେ ଭାଗବତ ଟୁଙ୍ଗୀ

   ପାପ ତାପ କରେ ଦୂର

ବିଖ୍ୟାତ ପ୍ରଖ୍ୟାତ ଲେଖକ ଲେଖିକା

    ଜନ୍ମିଲେ ଏହି ରାଜ୍ୟର।


ସର୍ଜନା ର ଉତ୍ସ ଆମରି ଓଡିଶା

   ଲେଖନ୍ତି ମହତ ବାଣୀ

ନୀତି ଆଦର୍ଶ ରେ ଗଢା ତା ଜୀବନ

   ଲେଖନ୍ତି କେତେ କାହାଣୀ।


ମାଟି ମାଆ ପାଇଁ ଜୀବନ ଦିଅନ୍ତି

   ଓଡ଼ିଶାର ବୀର ପୁତ୍ର

କରିବେ ମାରିବେ ନୁହେଁ ପଛ ଘୁଂଚା

    ଗାଥା ବି ତାଙ୍କ ବିଚିତ୍ର।


ବାର ବାର ଜନ୍ମ ଦେଉଥିବ ପ୍ରଭୁ

   ଏହି ଓଡ଼ିଶା ମାଟିରେ

ମଧୁ ଠାରୁ ମିଠା ଭାଷା ତା ମଧୁର

   ପେଟ ପୁରେ ମାଆ ଡାକରେ।


ଭାଇ ଚାରା ପୁଣି ମୁଣ୍ଡ ଟେକି ଉଠେ

   ସ୍ନେହ ପ୍ରେମେ ବନ୍ଧା ହୋଇ

ଗୋ ଟିଏ ମାଳର ଭିନ୍ନ ଭିନ୍ନ ଫୁଲ

   ସଭିଏଁ ଭଉଣୀ ଭାଇ।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action