STORYMIRROR

Sarita Rani Mohanty

Action

4  

Sarita Rani Mohanty

Action

ଏକତାର ମନ୍ତ୍ର

ଏକତାର ମନ୍ତ୍ର

1 min
23.5K

ଏକତାର ମନ୍ତ୍ର

🌸🌸🌸🌸🌸🌸


ଏକତାର ମନ୍ତ୍ରେ ବାନ୍ଧି ହେବା ଆମେ

   ଭୁଲିଯିବା ଯେତେ ଦ୍ଵେଷ

ରାଗ ହିଂସା ଛାଡି ଅହିଂସାର ପଥେ

   ପ୍ରଗତି କରିବ ଦେଶ      ll


ଶିକ୍ଷା ପ୍ରାରମ୍ଭରୁ   ଜ୍ଞାନ ପାଉଅଛୁ

   ରହିଥିବା ମିଳିମିଶି

ଏକା ଯିଏ ରହେ ବୋକା ବନିଯାଏ

    ପାଏନା ଜୀବନେ ଖୁସି   ll


ଗୋଟିଏ ଛଡିକୁ ଭାଙ୍ଗିଥାଉ ଯେବେ

    ହୁଏ ଖଣ୍ଡ ବିଖଣ୍ଡିତ

ଏକତ୍ରିତ କଲେ   ଭାଙ୍ଗି ପାରିବାନି

    ଏକତାର ବଳ ସେତ    ll


ବିଭିନ୍ନତା ମଧ୍ୟେ  ଏକତାର ମନ୍ତ୍ର

    ବିଶ୍ଵ ହୁଅଇ ଚକିତ

ବିଜୟର ଧ୍ଵଜା ଉଡ଼ାଉଛି ସଦା

   ମହାନ ଆମ ଭାରତ     ll


ସାଧନା ଆଧାର ସାକ୍ଷୀ ସେ ଈଶ୍ୱର

   ଅଛନ୍ତି ସବୁରି ଘଟେ

ମନ ଗୁରୁ କରି ବାଟ ଚାଲିଥିଲେ

   ଜୀବନୁ ବିପଦ ହଟେ     ll


ମହା ବିପତ୍ତିରୁ ପାଇବା ଉଦ୍ଧାର

   ଏକମନ ହୋଇ ଗଲେ

ଧର୍ଯ୍ୟ ବଳେ ଆମେ ଯୁଝିଲେ ବିପତ୍ତି

    ଉନ୍ନତିର ରଥ ଚାଲେ    ll


କେତେ ମଧୁମୟ ଆମ ଏ ସଂସାର

    ନଜର ବି ନଲାଗିବ

ମହାମାରୀ ଠାରୁ ମହାବାତ୍ୟା ଯାଏ

    ଅକ୍ଳେଶରେ ହଟି ଯିବ   ll


ପିଲାରୁ କୈଶୋର ଯୁବାରୁ ବୟସ୍କ

   ସଂକଳ୍ପ ନିଅ ମନରେ

ହାତେ ହାତ ରଖି ଶପଥ କରିବା

    ହାରିବାନି ଜୀବନରେ    ll


ସାରା ଜଗତରେ  ପ୍ରଦୀପ ଜାଳିବା

    ଦେଶ ହେବ ଅଗ୍ରଗଣ୍ୟ

ସହସ୍ର ସିଂହର ବଳ ଦେଖାଇବା

    ଦେଶ ହିତେ ଦେବା ପ୍ରାଣ  ll


କର ମିଶାଇଲେ ହୃଦୟ ମିଶଇ 

   ହେବା ଆମେ ଏକ ମନ

ହଟିବ ବିପତ୍ତି ହୋଇଲେ ଏକାଠି

   ଧନ୍ୟ ହେବ ଏ ଜୀବନ    ll


ସୃଷ୍ଟି ହିତ ପାଇଁ ଗଢିଲେ ଈଶ୍ୱର

   ପଛ ଘୁଞ୍ଚା ଆମ ନାହିଁ

ଗୋଟିଏ ମାଆ ର କୋଟିଏ ସନ୍ତାନ

   ଆନନ୍ଦରେ ଥିବା ରହି  ll


  


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action