STORYMIRROR

Sarita Rani Mohanty

Others

3  

Sarita Rani Mohanty

Others

ଭିକ୍ଷା

ଭିକ୍ଷା

1 min
202


ଜନମ ଦେଇଛ ମରଣ ଲେଖିଛ

   ଦେଇଅଛ ସୁଖ ଦୁଃଖ

ନିରୀହ ମନ ମୋ' ହୁଏ ବିଚଳିତ

   ସଦା ପାଖେ ରହି ଦେଖ।


ମାଗି ମୁଁ ନ ଥିଲି ହୀରା ନୀଳା ମୋତି

   ଝୁରେ ମୁଁ କରୁଣା ପାଇଁ

ନୁହେଁ ମୀରା ମୁହିଁ ନୁହେଁ ମୁହିଁ ରାଧା

   ଭକ୍ତି ଭାବ ଜାଣି ନାହିଁ।


ତଥାପି ତୁମରି  କରୁଣା ପାଇଁକି

    ଶରଣ ନେଲି ତୁମରି

ଆଜି ଯାଏ ଯାହା ପାଇଅଛି ପ୍ରଭୁ

    ସବୁ ତ ଦାନ ତୁମରି।


ବିଶ୍ୱାସ ଭରସା ମୋ ଜୀବନ ମନ୍ତ୍ର

   କେବେ କରିବିନି ଊଣା

ତୁମରି ଦାନରୁ ଯେ' ଫଳ ପାଏ ମୁଁ

  ଭାବେ ଅମୂଲ୍ୟ ଗହଣା।


ବହୁ ଯତନ ରେ ସାଇତିବା ପାଇଁ

   ସଦା ଥାଏ ମୋ' ପ୍ରୟାସ

ସଦା ଡର ମୋର ହୃଦେ ବସା ବାନ୍ଧେ

    ହରେଇ ବସେ ସାହସ।


ଏତିକି କରୁଣା କୃପାଳୁ ଠାକୁର

    ଅପରାଧ ମୋର କୁହ

ଦୋଷ ଥିଲେ ଦଣ୍ଡ ଦିଅ ମହାବାହୁ

    ଆଉ ମଉନ ନ ରୁହ।


ଆଖିର ଲୋତକ ସାଗର ର ଜଳ

   କେବେ ପ୍ରଭୁ ନ ଶୁଖିଛି

ପଣତ ପତାଇ ଶେଷ ସୀମା ପାଇଁ

   ତୁମ କୁ ଭିକ୍ଷା ମାଗୁଛି।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍