STORYMIRROR

Sarita Rani Mohanty

Drama

4  

Sarita Rani Mohanty

Drama

ଆନନ୍ଦ ପ୍ରକାଶ

ଆନନ୍ଦ ପ୍ରକାଶ

1 min
22.9K


ମାନବର ଅଭିଳାଷ,

ଆକାଂକ୍ଷା ଆଉ ଇଚ୍ଛା

ଖାଲ ଖୁସି

ଦୁଇଟି ଅକ୍ଷରରେ ସମଷ୍ଟି

ହେଲେ ଖୁବ୍ ବ୍ୟାପକ


ସାଗରର ଜଳ ରାଶିକୁ 

ନା କେହି ମାପି ପାରିଛି 

ନା ଆଗକୁ କିଏ ପାରିବ!

କଳେ ବଳେ କୌଶଳେ 

ତାକୁ ଆପଣେଇବାକୁ ପଡ଼ିଥାଏ

ଆଉ ଯିଏ ଥରେ 

ଆପଣେଇ ନିଏ 

ତା'ପାଖରେ 

ହାରମାନେ ଦୁର୍ଦ୍ଦଶା

ଶତ୍ରୁ ହୋଇଯାଏ ମିତ୍ର

ରୋଗ ଶୋକ ଦୁଃଖ 

ତା'ଠାରୁ ନିଅନ୍ତି ଚିର ବିଦାୟ।

ଘରର କୁଳ ବଧୁର 

ମୁରୁକି ହସରେ 

ଘର ବନି ଯାଏ ସରଗ ପୁର

ପାଲଟି ଯାଏ ମନ୍ଦିର।


ଗରୀବର ଦୁଃଖର 

ପାହାଡ ଉପରେ 

ଛିଡ଼ା ହୁଏ ଖୁସିର

ନଭଚୁମ୍ବି ଅଟ୍ଟାଳିକା

ଆଉ ପ୍ରତିବଦଳରେ 

ଦିଏ ଆତ୍ମ ସନ୍ତୋଷ।


ଅନ୍ତରର କାରାଗାର

ଖୋଲି ଉନ୍ମୁକ୍ତ ଆନନ୍ଦ

ଅଣ୍ଟାଭିଡ଼େ ଯେବେ

ହସାଇବାକୁ ନିରବ

ବସୁନ୍ଧରା ।


ହସିବାର ଅନେକ ସପନ

ଜୀବନର ଘନଘଟା

ଅନ୍ଧକାର ଆଡେଇ

ଖୁସିର ପ୍ରାମାଣିକ 

ପରିକଳ୍ପନା ଖୁସି ଏକ

ଅଦ୍ଭୁତ ସାଧନା ।


ପ୍ରେମ ଏକ ବୀଜ ବିନ୍ଦୁ

ମମତାର ଅମ୍ଳାନ ଲେପନ

ସୌହାର୍ଦ୍ଦ୍ୟର ଅଭିନବ

ଚେତନା

ବୁକୁ ଫାଡ଼ି ଅନେକ ଆନନ୍ଦ

ଓଠ ତଳୁ କରେ ମଥାନତ

ବିନମ୍ର ପ୍ରଣାମ ଘେନ

ହେ ବ୍ରହ୍ମାଣ୍ଡ ଦେବତା

ହସ ଟିକେ ଦେଇଅଛ ଆଜି,,

ଦୁଃଖ ସିନା ଗଲାପରେ ହଜି ll



साहित्याला गुण द्या
लॉग इन

Similar oriya poem from Drama