STORYMIRROR

Sarita Rani Mohanty

Action Inspirational

4  

Sarita Rani Mohanty

Action Inspirational

ମୁଁ ଆଜି ଏକା

ମୁଁ ଆଜି ଏକା

1 min
24.6K


ସାମାଜିକ ପ୍ରାଣୀଟିଏ,

ଏ ମଣିଷ ଜୀବନର ସାର୍ଥକତା 

ଆଉ ପୂର୍ଣ୍ଣତା ହିଁ ମୂଳ ଲକ୍ଷ......

ତା' ସନ୍ତାନ ମାନଙ୍କ ସହ

ଜୀବନର ଅନ୍ତିମ କାଳରେ

କିଛି ମିଠା ସ୍ମୃତି 

ଆଉ ଅନୁଭୂତି 

ସହ କଟେଇବା ପାଇଁ   ll


ହେଲେ ଆଜି ଏହି

ରଙ୍ଗୀନ୍ ଦୁନିଆରେ

ରଙ୍ଗିଲା ଆଖିରେ 

ପୁଳାଏ ସ୍ଵପ୍ନରେ

ବିଭୋରିତ ସନ୍ତାନ 

ସ୍ୱର୍ଗକୁ ସିଢି ପକାଇ

ବାପା ମାଆ ପରିବାର

ସମସ୍ତଙ୍କୁ ବାଣ୍ଟି ଚାଲିଥାଏ

କିଛି ନିରାଶା,ଅବଶୋଷ

ଆଉ ଏକାନ୍ତତା......!

ସୁଖ ସୌଭାଗ୍ୟର

ପସା ଖେଳରେ 

ହାରିବାର ମଜା ନିଏ 

ଅଶାନ୍ତି ରୂପକ ଶକୁନି,

ବିଚରା ବନ୍ଧା ପଡ଼ିଯାଏ

ହତାସମୟ ଦ୍ୱାର ବିହୀନ

ଗମ୍ଭୁଜ ଭିତରେ    ll


ନିଜ ଉପରେ ନ ଥାଏ ବିଶ୍ୱାସ

ଆଣି ପାରେନା ପୂର୍ଣ୍ଣ ସମର୍ପଣ ଭାବ,

ଆଜି ସବୁ ଓଲଟା

ସ୍ବାଧୀନ ଭାବରେ 

ବଞ୍ଚିବା ପାଇଁ 

ସଙ୍ଘର୍ଷ କରୁଥିବା ମଣିଷକୁ

ଦିନେ କଳାପାଣି ପାରିରେ 

ଏକାନ୍ତ ଜୀବନ 

କାଟିବାକୁ ପଡୁଥିଲା।

ହେଲେ ଆଜି ପୂର୍ଣ୍ଣ 

ସ୍ୱାଧୀନତା ପାଇ ବି

ନିଜ ଗୋଡ଼ରେ ନିଜେ 

କୁରାଢି ମାରି ନିଜର 

ଶତ୍ରୁ ନିଜେ ସାଜି 

ନିଜ ପାଇଁ ସତେ ଯେମିତି 

ବାଛି ନେଇଛି

 ନିର୍ଜନ କୋଠରୀ     ll


ସ୍ନେହ,ଶ୍ରଦ୍ଧା, ଭଲପାଇବା,

ଆତ୍ମୀୟତା ସବୁ 

ଈର୍ଷା ,ମାୟା ମୋହ ଶିକୁଳିରେ

ଶକ୍ତ ରୂପେ ବାନ୍ଧି ହୋଇଯାଇଛନ୍ତି,

ବିଶ୍ୱାସ ନିଃଶ୍ୱାସ ସହିତ

କରୁଛି ସମୀକ୍ଷା       ll


ମିଛ ଆଗରେ ସତ୍ୟ ବନ୍ଧା 

ସ୍ୱପ୍ନର ଅଟ୍ଟାଳିକା,

ଅଟ୍ଟହାସ୍ୟ କରି ଶତ ଧିକ୍କାର କରେ

ଆଉ ସଦା ଗୁଣୁ-ଗୁଣୁ ହୋଇ

ମନ୍ତ୍ର ପାଠ କଲାପରି ଏକାନ୍ତରେ

ଜୀବନ କଟାଉ ଥିବା

ମଣିଷ ଉପରେ ଟିକେ 

ଦୟା ଭାବ ଦେଖେଇ 

ଆଶ୍ୱାସନା ଦେଇ

କହି ହେଉଥାଏ ;

ଆରେ ନିର୍ବୋଧ !

ମଣିଷ ଯାହା ପାଇଁ 

ଜୀବନକୁ ତିଳ ତିଳ କରି

ଏ ଅଟ୍ଟାଳିକା ଛିଡ଼ା କରେଇଲୁ

କାହିଁ ତାର ଅସ୍ତି ତ୍ଵ ଆଜି?


ତୁବି ଏକା ଆଉ ମୋତେ

ସଜେଇବାକୁ ବସିଛୁ 

ଏକ ଭୂତ କୋଠୀ ?

ନୀରବ ନିସ୍ତବ୍ଦ ମଣିଷଟି 

ସ୍ଥାଣୁ ପାଲଟି ଯାଇ

ଅତୀତକୁ ମନେ ପକେଇ ତା'ର 

ନିସଙ୍ଗ ଜୀବନରୁ ମୁକ୍ତି

ପାଇବା ପାଇଁ ଆର୍ତ୍ତ ଚିତ୍କାର କରି ବି

ବିଳାପି ଉଠେ ହଁ ହଁ

ମୁଁ ଆଜି ଏକା... ସମ୍ପୂର୍ଣ ଏକା ll




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action