Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sarita Rani Mohanty

Others

5  

Sarita Rani Mohanty

Others

ବୋଝ

ବୋଝ

1 min
309



ଅନେକ ସାମଗ୍ରୀ ଏକତ୍ର କରେଇ

  ବୋଝ ପୂରା କରାଯାଏ

ସାମର୍ଥ୍ୟନୁସାରେ ବୋହି ଥାଏ ନର

     ନିଜ ସୁଖ ଭାବି ନିଏ ।


ବିଚିତ୍ର ମଣିଷ ଭାବନା ବିଚିତ୍ର

   ଜ୍ଞାନ ଥାଇ ସେ ଅଜ୍ଞାନ

ନିଜ ରକତ ତା ପାଇଁ କି ବୋଝ

   ସେ ପରା କନ୍ୟା ରତନ ।


ଜନମ ହୋଇଲେ ଲକ୍ଷ୍ମୀ ଆଗମନ

   ଘର ପାଇଁ ସେଇ ହୁଏ

ସ୍ଵର୍ଗ ପରି ଘର ସଂସାର ଗଠନେ

   ସେ କନ୍ୟାର ହାତ ଥାଏ ।


ମାନସିକ ଆମ ଏମିତି ରୋଗିଣା

    ଭୁଲ୍ ଠିକ୍ ନ ଜାଣଇ

ଗୋଟିଏ ନାରୀ ଯେ ଶିକ୍ଷିତ ହୋଇଲେ

  ସମାଜ ସୁଧାରି ଥାଇ ।


ସାରା ଜୀବନକୁ ପୋଷିବା ପାଇଁକି

   ପୁଅ ପାଇଁ ଚିନ୍ତା ଯା'ର

ବୋଝ ବୋଲି କହି ସେଇ ପୁଅ ଦିନେ

   ଛିଡ଼ା କରାଏ ରାସ୍ତାର ।


ବୋଝ ବୋଲି ଭାବି ଝିଅଟିକୁ ଯେବେ

   ମାତୃଗର୍ଭୁ ହତ୍ୟା କର  

ପରୋକ୍ଷରେ ସିଏ ଅନ୍ୟ ବୋଝ ପାଇଁ

    ଜୀବନ ଦିଏ ତାହାର ।


ହସ ଖୁସି ପାଇଁ ତା' ପାଇଁ କି ମନା

  ସେ ବି ଅମୃତ ସନ୍ତାନ

ପୂର୍ଣ୍ଣ ସ୍ୱାଧୀନତା ଦେଇ ଥରେ ଦେଖ

   ବଢ଼ାଇବ ସେ ସମ୍ମାନ ।


ସ୍ଵପ୍ନ ତାର ଯାହା ପୂରଣ ପାଇଁ କି

   ହାତକୁ ବଢାଇ ଦିଅ

ରୋଜଗାର କ୍ଷମା ହୋଇଯିବ ଯେବେ

    ତା' ଦାୟିତ୍ଵ ତାକୁ ଦିଅ ।


ବାଲ୍ୟ କାଳୁ ବୋଝ ପରିବାର ପାଇଁ

    ସହିଲା ଯେତେ କଷଣ

ପର ଘରୀ କହି ମୁକତି ଲଭିଲେ

   ହେଲା ସେ ଉଦାହରଣ ।


ଖେଳକୁଦ ବେଳେ କର୍ତ୍ତବ୍ୟ ଶବ୍ଦକୁ

  ତା' ପରେ ଲଦିବ ଯେବେ

ଅନ୍ୟ ପାଇଁ ସଦା ବୋଝ ହୁଏ ଭାବି

   ଜୀବନ ହାରଇ ତେବେ ।


ଯେଉଁ ଘରେ ଅର୍ଥି ଉଠଇ ତାହାର

   ତା ପାଇଁ ତ ପୁଣ୍ୟ ତୀର୍ଥ

ସ୍ଵାମୀ ପୁତ୍ର ପାଇଁ ବୋଝ ସେ ହୋଇଲେ

   ତା ଜୀବନ ଲାଗେ ବ୍ୟର୍ଥ ।


ତ୍ୟାଗ ବଳିଦାନ ପ୍ରତିମୂର୍ତ୍ତି ଯିଏ

  ରତନଠୁ ମୂଲ୍ୟବାନ

ବୋଝ ବୋଲି ଭାବି ଦିଅନା ଆଡେଇ

    ସଦା କର ତା' ଯତନ ।


ଘର ପରିବାର ଗାଆଁ ଓ ସମାଜ

   ବୋଝ ଯିଏ ବୋହି ପାରେ

ଆଶାଠୁଁ ଅଧିକ ଅମୂଲ୍ୟ ସମ୍ପଦ

    ବିପଦୁଁ ଉଦ୍ଧାର କରେ ।


ସେହି କନ୍ୟା ପରା ଜାୟା ଓ ଜନନୀ

   ସେହି ଆମର ଭଗିନୀ

ଜୀବନ ତମାମ ବଳିଦାନ ଦେଇ

   ଲେଖେ ନିଜର ଜୀବନୀ ।


ପ୍ରଚାର ପ୍ରସାର କର ହେ ସଭିଏଁ

  ବୋଝ ନୁହେଁ କନ୍ୟା କେବେ

ଯା' ପାଇଁକି ସୃଷ୍ଟି ହୁଅଇ ସମ୍ଭବ

   କନ୍ୟା ସେ ଅନନ୍ୟା ତେବେ ।



Rate this content
Log in