STORYMIRROR

Sarita Rani Mohanty

Action

4  

Sarita Rani Mohanty

Action

ବିଦାୟ ଉତ୍ସବ

ବିଦାୟ ଉତ୍ସବ

1 min
23K

କ୍ଷଣେ ଯାଅ ରହି ଯାଅ ନା ଉଭେଇ

   ମହାଶକ୍ତି ମହାଜ୍ୟୋତି

 ଉଜ୍ଜ୍ଵଳ ଦିବସ କର ନାହିଁ ଶେଷ

    ନହେଉ ଅନ୍ଧାର ରାତି   ll


ତୁମ ଉପସ୍ଥାନେ ଉଚ୍ଛନ୍ନ ଏ ମନ

   ନନିଅ ତୁମେ ବିଦାୟ

ଅନୁପମ ତୁମ ତନୁ ରୂପକାନ୍ତି

    ଦେଖି ବିତିବ ସମୟ    ll


କିରଣେ ତୁମର ଅସରନ୍ତି ପ୍ରୀତି

  ପଥ ହୁଏ ପ୍ରଫୁଲ୍ଲିତ

ସମଭାବାପନ୍ନ ଦେଖି ଏ ନୟନ

   ଜନ ମନ ହୁଏ ପ୍ରୀତ   ll


ଘନ ଅନ୍ଧକାର ମାଡ଼ି ଆସେ ତେବେ

  ହୁଅ ଯେବେ ଲୁକ୍କାୟିତ

ପ୍ରକୃତି ରାଣୀ ବି ସ୍ୱଇଛାରେ କରେ

   ପ୍ରତିଦିନ ମଥା ନତ   ll


ଅନନ୍ତ ବଳୟେ ଯାଇ ଲୁଚିଯିବ

   ବେଳ ହେବ ଭୟଙ୍କର

ଯେପରି ବାଳୁତ ମାଆ କୋଳେ ଲୁପ୍ତ

   ଅନ୍ତ ହେଲେ ଦିବସର     ll


ପ୍ରେମ ପ୍ରଣୟରେ ହୋଇଣ ବାଉଳା

   ଗାଇବେ ପ୍ରେମର ଗାଥା

ତୁମରି ଆଲୋକେ ଆଲୋକିତ ଶଶୀ

   ନୁଆଇଁ ଦେଇଛି ମଥା   ll


 କୁମୁଦର ଅତି ପୀରତି ପାଇଁକି

    ସବୁ ତୁମେ ଭୁଲି ଯାଅ

ଜନ ମାନସରେ ପ୍ରତ୍ୟକ୍ଷ ଦେବତା

    ଆଢୁଆଳ କାହିଁ ହୁଅ  ll


କୋଳାହଳ ଆଜି ହଜାଇ ଦେବ କି

    ଗହନ ନିସ୍ତବ୍ଦ କୋଣେ

ସପନ ଅବାକି ହଜାଇ ଦେବ ଏ

    ଘନ ଅନ୍ଧକାର ରଣେ     ll


ଗହଳ ଚହଳ ଜୀବନ ଯାତ୍ରାରେ

    ତୁମେ ହିଁ ଦୃଶ୍ୟମାନ

 ଚରାଚର ପ୍ରାଣୀ ତୁମ ଶକ୍ତି ବଳେ

     କରୁଥାନ୍ତି ନିତ୍ୟ କାମ   ll



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action