STORYMIRROR

Sarita Rani Mohanty

Action

4  

Sarita Rani Mohanty

Action

ପବିତ୍ର ବନ୍ଧନ

ପବିତ୍ର ବନ୍ଧନ

1 min
24K

ପବିତ୍ର ବନ୍ଧନ

💐💐💐💐💐💐


ସରସ ସୁନ୍ଦର   ଜୀବନ ଆମର

 କେତେ ମିଠା ସ୍ମୃତି ଅନୁଭୂତି

ବାର ମାସେ ତେର ପରବ ପଡ଼ଇ

  ନିଆରା ଆମର ସସ୍କୃତି    ll


ଭାଇ ଭଉଣୀର  ଅନାବିଳ ସ୍ନେହ-

  -ମମତାର ମହାନୁଭବ

ସେନେହ ରଜ୍ଜୁରେ ବାନ୍ଧି ଦେବା ପାଇଁ

   ରକ୍ଷା ବନ୍ଧନ ଏ ପରବ   ll


ପ୍ରେମର ପ୍ରଦୀପ   ଜଳିବ ସେଦିନ

   ଜଳୁଥିବ ହୋଇ ଅମଳିନ

ଭଉଣୀ କବଚ ଭାଇ ହାତେ ଦେଇ

   ହୃଦୟେ କରିବ ବନ୍ଦନ    ll


ବାଲ୍ୟ କାଳଠାରୁ ସ୍ମୃତି ଯେତେ ସବୁ

   ରଖିଥାଏ ମନେ ସାଉଁଟି 

ଏରୁଣ୍ଡି ବନ୍ଧକୁ   ଯେ'ଦିନ ଡେଇଁବ

    ମନେ ପକେଇବ ଭାଇଟି   ll


ବାହୁନି ବାହୁନି  କାନ୍ଦଇ ଭଉଣୀ

   ସଭିଙ୍କୁ ଜଣାଏ ବିଦାୟ

ଭାଇ ତା'ର ଟିକେ ପଛକୁ ଫେରାଇ

   ତରଳାଇ ଦିଏ ହୃଦୟ      ll


ଲୁଚ-କାଳି ଖେଳ ଯେତେ ଗାଳି ଗୋଳ

   ଲୁଚିଅଛି ମା' ଛାତିରେ

କେତେ ଅଲିଅଳି  ଭଉଣିଟି ତା'ର

   ଗୋଡ ତା' କଚାଡେ ଭୂଇଁରେ  ll


ଆଜି ପରଘରୀ ହୋଇଲା ଭଉଣୀ

   ରାକ୍ଷୀ କେ' ବାନ୍ଧିବ ହାତରେ

ଆଜିଠାରୁ ତା'ର ରକ୍ଷାକର୍ତ୍ତା ହେବ

   ଭାବି ପଣ କରେ ମନରେ   ll


ଭାଇ ଟିଏ ତା'ର ହୁଏ ବାପା ମାଆ

  ହୁଏ ପୁଣି ସଖା ସହୋଦର

ରକ୍ଷା ବନ୍ଧନର ନାମକୁ ସାର୍ଥକ

   କରି ଦେଖାଏ ଭାଇ ତା'ର   ll


ଦ୍ରୌପଦୀ ବାନ୍ଧିଲେ ଶ୍ରୀକୃଷ୍ଣଙ୍କ ହାତେ

   ପଣତ କାନିରୁ ଚିରି ଦେଇ

କୋଟି ବସ୍ତ୍ର ଦେଇ ଲଜ୍ୟା ନିବାରିଲେ

   ପାଉଣାକୁ ଦେଲେ ଫେରାଇ  ll


ରାଜ୍ୟ ପରେ ରାଜ୍ୟ ଜୟ କରେ ରାଜା

  ରକ୍ଷା କବଚକୁ ବାନ୍ଧି ଦେଇ

ସ୍ତ୍ରୀ ବାନ୍ଧିଦିଏ ସ୍ଵାମୀ ହାତେ ତା'ର

   ଶତ୍ରୁ ଠାରୁ ରକ୍ଷା ଦେବା ପାଇଁ  ll


ନିଆରା ପରବ ନିଆରା ସସ୍କୃତି

  ପରମ୍ପରା ଯୁଗ ଯୁଗର

ପବିତ୍ର ବନ୍ଧନ    ସେନେହ ବନ୍ଦନ

  ଅଭୁଲା ପରବ ଆମର    ll


Rate this content
Log in

Similar oriya poem from Action