STORYMIRROR

Sarita Rani Mohanty

Action

3  

Sarita Rani Mohanty

Action

ଜୀବନ ବିନ୍ଦୁ

ଜୀବନ ବିନ୍ଦୁ

1 min
11.8K

ଅମୂଲ୍ୟ ସମ୍ପଦ ଆମ ଜୀବନରେ

   ଅନେକ ତ ରହିଅଛି

ତା'ମଧ୍ୟରୁ ଜଳ ଜୀବନର ବିନ୍ଦୁ

   ଜାଣିବି ଭୁଲ ହେଉଛି   


ସବୁ ସମ୍ପଦର ରକ୍ଷଣା ବେକ୍ଷଣ 

  ଦେଲେ ପ୍ରଭୁ ଆମ ହାତେ

ନିଜ ଶତ୍ରୁ ନିଜେ ସାଜୁଛି ମଣିଷ 

   ବିପଦ ଡାକୁଛି ସତେ   


ଅପଚୟ ସଦା କରୁଛି ତାହାର

   ଚିନ୍ତା ନାହିଁ ଭବିଷ୍ୟତ

ଆମରି ଦାୟାଦ ଜୀବନ ବିପଦେ

   ହେବେ ଦିନେ ହନ୍ତସନ୍ତ 


ଜନସଂଖ୍ୟା ବୃଦ୍ଧି ଆବଶ୍ୟକ ହୁଏ

  ଗୃହ ପାଇଁ ଜାଗା କିଛି

କୂପ ପୁଷ୍କରିଣୀ ସମତଳ କରି 

  ଅଟ୍ଟାଳିକା ଗଢ଼ୁଅଛି   


ଚାରଣ ଜମିକୁ ନିଜ ସ୍ବାର୍ଥ ପାଇଁ

   ମହଲ ତୋଳି ଦେଉଛି

ବୃକ୍ଷ ରୋପଣକୁ ଭୁଲି ଯାଇ ଆଜି

   କାଟିସଫା କରୁ ଅଛି  


ସ୍ୱାର୍ଥେ ଅନ୍ଧ ହୋଇ ସବୁ ଭୁଲିଯାଇ

    ନିଜକୁ ମାନେ ଈଶ୍ୱର

ଧନକୁ ଫୋପାଡି ସବୁ ସେ କିଣିବ

  ଭାବନା ଅଛି ମନର   


ନଈ ନାଳ ସବୁ ସୁଖି ଫାଟିଲାଣି

  ଅଭାବ ହେଉଛି ଜଳ

ଏମିତି ସମୟ  ଆସି ପହଞ୍ଚିବ

   ଆମ ପାଇଁ ହେବ କାଳ 


ଜଳ ଅପଚୟ ଯେପରି ହେଉଛି

   କେହି ନୁହେଁ ସଚେତନ

ଭବିଷ୍ୟତ ଆମ ହେବ ଅନ୍ଧକାର

    ଜଳ ହିଁ ଆମ ଜୀବନ  


ତଥାପି ସମୟ ଆମ ହାତେ ଅଛି

   ସଚେତନ ବାର୍ତ୍ତା ଦେବା

ପ୍ରଚାରେ ପ୍ରସାରେ କରି ସଚେତନ

   ଜୀବନର ଯତ୍ନ ନେବା   


ବରଷା ଜଳକୁ କରି ସଂରକ୍ଷଣ

   ସଞ୍ଚୟ ତାକୁ କରିବା

ଜଳ ପାଇଁ ବୃକ୍ଷ ରୋପଣ କରିଣ

    ସୁରକ୍ଷା ଆମ କରିବା   


ପ୍ରଶାସନ ଠାରୁ ଆଣି ଅନୁମତି

   ଜଙ୍ଗଲ ସୃଷ୍ଟି କରିବା

ଆମ ଭବିଷ୍ୟତ ଚିନ୍ତା ଦୂର ପାଇଁ

  ପ୍ରଚେଷ୍ଟା ସଦା କରିବା   


ବିନ୍ଦୁ ବିନ୍ଦୁ ଜଳ କଲେ ସଂରକ୍ଷଣ

   ସିନ୍ଧୁ ସତେ ହୋଇଯିବ

ଜଳ ହିଁ ଜୀବନ ମନେ ରଖି ସଦା

   ଦୃଢ଼ ସଙ୍କଳପ ନେବ    


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action