STORYMIRROR

ବି. ନିରୁପମା

Action

3  

ବି. ନିରୁପମା

Action

ଲୀଳା କରୁଅଛୁ ନାଥ

ଲୀଳା କରୁଅଛୁ ନାଥ

1 min
144

ଯେତେଥର ତୋତେ ନିରେଖି ଦେଖୁଛି

ଦିଶୁ ସେତେ ଶୋଭାବନ ,

କେମିତିକା ସତେ ଖୁଣିବି ମୁଁ ଆଉ

ତୁ ତୋ ମୋ ଅମୂଲ୍ୟ ଧନ ।

ଅଧା ଗଢ଼ା ଏଇ ମୂରତି ଭିତରେ

ଦୁନିଆ ରହିଛି ଲୁଚି,

ମଣିମା ମଣିମା ଡାକଦେଲେ ପରା

ବିପତ୍ତି ଯାଉଛି ଘୁଞ୍ଚି ।

ଚକାଆଖି ମେଲି ଚାହିଁଅଛୁ ସଦା

କିଏ କି କରମ କରେ ,

ସେଇଠାରେ ଥାଇ ହିସାବ ରଖି ତୁ

ତଉଲୁଛୁ ନିକିତିରେ ।

ଯେତେବେଳେ ତୋତେ ନିରେଖି ଦେଖିଲେ

ରଙ୍ଗା ଅଧରରେ ହସ ,

ସେଇ ହସ ଦେଖି ଦୁନିଆବାସୀ ଯେ

ହୋଇଯାଉଛନ୍ତି ବଶ ।

ଭାଇ ଭଉଣୀଙ୍କୁ ସଙ୍ଗତରେ ଧରି

ଲୀଳା କରୁଅଛୁ ନାଥ,

ଭକତ ମେଳରେ ଭେଳିକି ଲଗାଇ

କରୁଅଛୁ ଘୋଷ ଯାତ ।

ଏ ଜଗତସାରା ତୋତେ ଭଜୁଛନ୍ତି

ଅସୀମ ଭରସା କରି,

ଡାକ ଶୁଣି ତାଙ୍କ ଆରତ ନାଶୁଥା'

ଆରତ ଭଞ୍ଜନ ହରି ।


Rate this content
Log in

Similar oriya poem from Action